Categories: Uncategorized

ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍କିଟ ହାଉସ୍‌ରେ ମଧ୍ୟାହ୍ନଭୋଜନ କରିଥିଲେ। ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା ସିଝା, ସୋରିଷ, ପାଳଙ୍ଗ,ବଥୁଆ ଶାଗ, ସାଲାଡ଼, ପାମ୍ପଡ, ରସ ମଲେଇ ଓ ମିଠା ଦହି ଖାଇଥିଲେ। ଏନେଇ ନମସ୍ତେ ବାରିପଦା ହୋଟେଲରେ ଖାଦ୍ୟ ପ୍ରସ୍ତୁତି କରାଯାଇଥିବା ନେଇ ହୋଟେଲର ମାଲିକ ନିଗମଜ୍ୟୋତି ପାଠୀ କହିଛନ୍ତି।