କଣ ଚାହୁଁଥିଲେ ସ୍ବପ୍ନା…

ଉଭୟ ଅଭିନୟ ଏବଂ ସମାଜସେବା ସହ ଜଡିତ ସ୍ବପ୍ନା ପତିଙ୍କର ଖୁସି କହିଲେ ନ ସରେ। କାରଣ ନିକଟରେ ତାଙ୍କୁ ଏକ ମନଲାଖି ମ୍ୟୁଜିକ ଭିଡିଓରେ ଅଭିନୟ କରିବାର ସୁଯୋଗ ମିଳିଛି। ବିଶେଷଭାବରେ ଏହାର ଲିରିକ୍ସ ଏବଂ କୋରିଓଗ୍ରାଫି ତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ତା’ସହ ଗୀତଟିକୁ ଭଲଭାବେ ନିଭେଇବା ପାଇଁ ସେ ପିକ୍ଚରାଇଜେଶନ ସମୟରେ ଚେଷ୍ଟା କରିଛନ୍ତି। ଏହି ମ୍ୟୁଜିକ ଭିଡିଓର ଟାଇଟଲ ରହିଛି ‘ତୋ ଶାଢ଼ି ପିନ୍ଧା ରୂପକୁ ଦେଖି’। ଏସ.ଆର.ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଏହାକୁ ପ୍ରସ୍ତୁତ କରାଯାଇଛି। ରାଜେଶ ମହାନ୍ତି ଏହାର ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ଆଲବମ୍‌ ଜଗତର ସଫଳ ନିର୍ଦ୍ଦେଶକ ଯୋଡି ଟୁନା-ଚନ୍ଦନ। ପ୍ରୀତ ପ୍ରିୟଙ୍କର ସ୍ବର ସଂଯୋଜନା କରିଥିବାବେଳେ, କଣ୍ଠଦାନ କରିଛନ୍ତି ଅନ୍ୟତମ ଲୋକପ୍ରିୟ ଗାୟକ କୁଲଦୀପ। ସ୍ବପ୍ନା ଏବଂ ସମ୍ଭବ ମାନସିଂହଙ୍କୁ ନେଇ ଏହାର ଦୃଶ୍ୟାୟନ କରାଯାଇଛି। ଉକ୍ତ ଆଲବମ୍‌ ବିଷୟରେ ସ୍ବପ୍ନା କହନ୍ତି, ‘ଏବେ ମଧ୍ୟ ମ୍ୟୁଜିକ ଭିଡିଓର ଚାହିଦା ରହିଛି। ବିଶେଷଭାବରେ ଏହି ଗୀତକୁ ଶୁଣିବା ପରେ ମୁଁ ପୂରା ଇମ୍ପ୍ରେଶ ହୋଇଯାଇଥିଲି। ମୋ ମତରେ ଦର୍ଶକମାନଙ୍କ ସହ ଯୋଡି ହୋଇ ରହିବାର ଏହା ଏକ ଅନ୍ୟତମ ମାଧ୍ୟମ। ଏହି ଭିଡିଓଟିକୁ ଦର୍ଶକ ଗ୍ରହଣ କରିବେ ବୋଲି ଆଶା ରଖିଛି।“


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri