Categories: Home Leftଖେଳ

ଭାରତର ଐତିହାସିକ ବିଜୟର ଶ୍ରେୟ କାହାକୁ ଦେଲେ ଶ୍ରେୟସ ଆୟର? ମ୍ୟାଚ ପରେ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ, ୨୩।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର। ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚ ଭରା ଏହି ମ୍ୟାଚରେ ଟିମ ଇଣ୍ଡିଆ ଶେଷରେ ବାଜି ମାରିଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଶେଷ ଆଡ଼କୁ ନମନ ଧୀର ମାତ୍ର ୧୫ଟି ବଲେରେ ଅପରାଜିତ ୪୨ ରନ କରି ଦଳକୁ ବିଜୟୀ କରାଇଥିଲେ।

ଏହି ବିଜୟ ପରେ ଅଧିନାୟକ ଶ୍ରେୟସ ଆୟର କାହାକୁ ବିଜୟର ଶ୍ରେୟ ଦେଇଛନ୍ତି, ତାହା ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତୀୟ ଅଧିନାୟକ କ’ଣ କହିଥିଲେ, ଆସନ୍ତୁ ଜାଣିବା।

କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର କହିଥିଲେ, ଏହା ଏକ ଚମତ୍କାର ବିଜୟ। ଯେତେବେଳେ ଆମେ ବୋଲିଂ ଆରମ୍ଭ କଲୁ, ମୋତେ ଲାଗିଥିଲା ଯେ ପିଚ ଟିକେ ଧୀର ଖେଳୁଛି। ବଲ ଟିକେ ଅଟକି ଆସୁଥିଲା। ଆମେ ଠିକ ହାର୍ଡ ଲେନ୍ଥରେ ବୋଲିଂ କରିବା ପରିବର୍ତ୍ତେ ଟିକେ ଆଗକୁ ବୋଲିଂ କରିଥିଲୁ।

ସେ ଆହୁରି କହିଥିଲେ, ଖେଳ ଆଗକୁ ବଢ଼ିବା ସହ କାକର ପଡ଼ିବା ଆରମ୍ଭ ହୋଇଥିଲା ଏବଂ ଉଇକେଟ୍‌ରେ ବଲ ଅଧିକ ଦ୍ରୁତ ଗତିରେ ଖସିବାକୁ ଲାଗିଥିଲା। ବଲ ବ୍ୟାଟକୁ ବହୁତ ଭଲ ଭାବେ ଆସୁଥିଲା। ଏହା ନ୍ୟୁଜିଲାଣ୍ଡକୁ ଗତି ଦେଇଥିଲା ଏବଂ ସେମାନେ ୨୨୫ ରନରେ ପହଞ୍ଚିଥିଲେ। ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିବାକୁ ପଡ଼ିବ। କିନ୍ତୁ ଆମକୁ ମଧ୍ୟ ଏଭଳି ଆରମ୍ଭର ଆବଶ୍ୟକତା ଥିଲା। ବିଶେଷକରି ୨୨୦ରୁ ଅଧିକ ରନର ଲକ୍ଷ୍ୟ ପିଛା କରୁଥିବା ବେଳେ ପ୍ରଥମ ୬ ଓଭରରେ ୮୦ରୁ ୮୫ ରନ କରିବା ଏକ ଚମତ୍କାର ଆରମ୍ଭ।

ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ ସମୟରେ ଅଧିନାୟକ କିମ୍ବା ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କିଛି ନିର୍ଦ୍ଦେଶ ଦିଆଯାଏ କି ବୋଲି ପ୍ରଶ୍ନ କରାଯିବାରୁ ଶ୍ରେୟସ ଆୟର କହିଥିଲେ, ସେମାନେ ବହୁତ ଅଭିଜ୍ଞ ଖେଳାଳି। ସେମାନଙ୍କୁ କିପରି ଖେଳିବାକୁ ହେବ, ତାହା କହିବାର ଆବଶ୍ୟକତା ନାହିଁ। ସେମାନେ ଭଲ ଭାବେ ଜାଣନ୍ତି ଯେ ସେମାନଙ୍କୁ କ’ଣ କରିବାକୁ ହେବ।

ସେ ଆହୁରି କହିଥିଲେ, ଥରେ ସେମାନେ ଲୟ ଧରିନେଲେ, ସେହି ଗତିକୁ ଆଗକୁ ବଜାୟ ରଖିବା ହିଁ ମୁଖ୍ୟ କଥା। ଆଜି ଏହାର ଏକ ଚମତ୍କାର ଉଦାହରଣ ଦେଖିବାକୁ ମିଳିଲା। ପ୍ରତ୍ୟେକ ଥର ଏପରି ହୁଏ ନାହିଁ, କିନ୍ତୁ ସେମାନେ ଲୟରେ ଥିଲେ ଆମ ପାଇଁ ଏକ ମଜଭୁତ ମୂଳଦୁଆ ପ୍ରସ୍ତୁତ କରିଦିଅନ୍ତି। ଏହାପରେ ଅନ୍ୟ ବ୍ୟାଟର୍ମାନେ ଆସି ଇନିଂସକୁ ସମ୍ଭାଳିଥାନ୍ତି ଏବଂ ଦଳକୁ ବିଜୟୀ କରାଇବା ସୁନିଶ୍ଚିତ କରନ୍ତି। ନମନ ଧୀରଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ଶ୍ରେୟସ ଆୟର କହିଥିଲେ, ସେ ଆମକୁ ଅନେକ ବିକଳ୍ପ ଦେଇଥାନ୍ତି। ବିଶେଷକରି ବାମହାତୀ ବ୍ୟାଟର୍ସଙ୍କ ବିପକ୍ଷରେ ଏବଂ ଡାହାଣହାତୀ ବ୍ୟାଟର୍ଙ୍କ ବିପକ୍ଷରେ ମଧ୍ୟ ସେ ଉପଯୋଗୀ। ଏହି ପଡ଼ିଆରେ ଆସି ୨ରୁ ୩ଟି ଗୁରୁତ୍ୱପୂର୍ଣ୍ଣ ଓଭର ବୋଲିଂ କରିବା ମ୍ୟାଚର ଗତି ବଦଳାଇପାରେ।
ସେ ଆହୁରି କହିଥିଲେ, ବ୍ୟକ୍ତିଗତ ଭାବେ ମୋତେ ଲାଗୁଛି ଯେ ସେ ଶାନ୍ତ ଓ ସଂଯମ ରହି ଖେଳିଥିଲେ। ତାଙ୍କୁ ବ୍ୟାଟିଂ କରୁଥିବା ଦେଖିବା ପ୍ରକୃତରେ ଚମତ୍କାର ଥିଲା।

 

Dharitri – Odisha’s No.1 Odia Daily

Share