ଅପରାଜିତା ଯାହା କରିଛନ୍ତି, ସରପଞ୍ଚ ବି ସେ କାମ କରିଦେବେ: ପାଣ୍ଡିଆନ

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏହି ପ୍ରଚାର ସମୟରେ ପ୍ରତ୍ୟେକ ଦଳ ପ୍ରତିପକ୍ଷ ଦଳକୁ ଆକ୍ଷେପ କରୁଥିବାର ଦେଖିବାକୁ ମିଳିଛି। ଏହି କ୍ରମରେ ଭୁବନେଶ୍ୱର ଲୋକ ସଭା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କଟାକ୍ଷ କରିଛନ୍ତି। ଅପରାଜିତାଙ୍କ ରିପୋର୍ଟ କାର୍ଡକୁ ନେଇ ପାଣ୍ଡିଆନ କହିଛନ୍ତି, ଏମ୍‌ପି ଯାହା କରିଛନ୍ତି, ସରପଞ୍ଚ ବି ସେ କାମ କରିଦେବେ।


ସୂଚନାଯୋଗ୍ୟ, ପୂର୍ବରୁ ଅପରାଜିତା ପାଣ୍ଡିଆନଙ୍କୁ ଓ୍ବାର୍ଡମେମ୍ବର ଉପଲକ୍ଷ ଦେଇ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, ପାଣ୍ଡିଆନ ବାବୁ ମୋତେ ପଚାରୁଛନ୍ତି, ମୁଁ ୫ ବର୍ଷରେ କ’ଣ କରିଛି। ମାତ୍ର ବିଜେଡିର ୧୨ ଜଣ ଏମ୍‌ପିଙ୍କ ରିପୋର୍ଟ କାର୍ଡ ପବ୍ଲିକ ଡୋମେନରେ ରଖନ୍ତୁ ପାଣ୍ଡିଆନ ବାବୁ। ପ୍ରସନ୍ନ ପାଟ୍ଟଶାଣୀ ବାବୁ ୨୫ ବର୍ଷ ଏମ୍‌ପି ଥିଲେ। ସବୁ ବର୍ଷର ରିପୋର୍ଟ କାର୍ଡ ପବ୍ଲିକ ଡୋମେନରେ ରଖି ପାରିବେ କି? ୨୦୧୯-୨୪ ମଧ୍ୟରେ ୧୨ ଜଣ ଏମ୍‌ପି ବିଜେଡିର ଲୋକ ସଭାରେ ଥିଲେ। ସେମାନଙ୍କ ରିପୋର୍ଟ କାର୍ଡ ପବ୍ଲିକ ଡୋମେନରେ ରଖନ୍ତୁ ତ? ମାତ୍ର ୩ ଜଣକୁ ଛାଡିଦେଲେ ଅନ୍ୟ କୌଣସି ଏମ୍‌ପି ଲୋକ ସଭାରେ ନା ପ୍ରଶ୍ନ କରୁଥିଲେ ନା ସେମାନଙ୍କୁ ଲୋକ ସଭାରେ ଦେଖିବାକୁ ମିଳୁଥିଲା। ଲୋକମାନେ ମନସ୍ଥ କରିସାରିଲେଣି ଭାଜପାକୁ ଆଉ ନରେନ୍ଦ୍ର ମୋଦିଙ୍କୁ ହିଁ ଜିତାଇବେ। ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜେ ଓ୍ବାର୍ଡମେମ୍ବର ନିର୍ବାଚନ ମଧ୍ୟ ଲଢ଼ି ନାହାନ୍ତି। ସେ ପଚାରୁଛନ୍ତି ଅପରାଜିତା ଷଡ଼ଙ୍ଗୀ କ’ଣ କରିଛନ୍ତି। ଲୋକେ ଜାଣିବା ଦରକାର ବିଜେଡି ଏମ୍‌ପି କ’ଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri