Posted inଜାତୀୟ

ଜଣେ ମା’ ଯାହା କରନ୍ତି ତାହା ଅନ୍ୟ କେହି କରି ପାରିବେ ନାହିଁ: ହାଇକୋର୍ଟଙ୍କ ଐତିହାସିକ ରାୟ…

ଚେନ୍ନାଇ,୨୯।୧୦ : ଜଣେ ମାତାଙ୍କ ସପକ୍ଷରେ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ଏଥିସହ ପିତାଙ୍କୁ ତାଙ୍କର ୮ ବର୍ଷର ଝିଅ ବିଷୟରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାକୁ ତାଙ୍କୁ କଡାକଡି ପାଳନ କରିବାକୁ କୁହାଯାଇଛି। ଏହି ମାମଲା ଝିଅର ହେପାଜତ ସହିତ ଜଡିତ। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ, କିନ୍ତୁ ସ୍ବାମୀ ତାଙ୍କ ଝିଅକୁ ତାଙ୍କ ପାଖରେ ରଖିଥିଲେ। ଝିଅଟି ଛୋଟ ଏବଂ ତାଙ୍କ ମା ବିନା ବଞ୍ଚିପାରିବ ନାହିଁ ବୋଲି ଜାଣିବା ସତ୍ତ୍ୱେ ସେ ଝିଅକୁ ତାଙ୍କ ମାତାଙ୍କୁ ଦେଇ ନ ଥିଲେ, ତେଣୁ ମହିଳା ଜଣକ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ ଯେଉଁଠାରେ ମାଆଙ୍କ ସପକ୍ଷରେ ଏହି ରାୟ ନିଆଯାଇଥିଲା। ଝିଅକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିବାକୁ ବାପାଙ୍କୁ କୁହାଯାଇଛି।

ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଆର ସୁବ୍ରମଣ୍ୟନ ଏବଂ ଜଷ୍ଟିସ ଡି ନାଗାର୍ଜୁନାଙ୍କ ବେଞ୍ଚ ୮ ବର୍ଷର ନାବାଳିକାଙ୍କ ହେପାଜତ ମାମଲାରେ ନିଷ୍ପତ୍ତି ନେଇଛନ୍ତି, ଝିଅଙ୍କୁ ତାଙ୍କ ମା’ଙ୍କ ପାଖରେ ଛାଡି ଦିଆଯାଉ। ତାଙ୍କ ମା’ଙ୍କ ପାଖରେ ରହିବା ଶିଶୁର ସ୍ବାର୍ଥରେ। ତେଣୁ କୋର୍ଟ ୪ସପ୍ତାହ ମଧ୍ୟରେ ଶିଶୁର ରକ୍ଷଣାବେକ୍ଷଣ ମା’ଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ମା’ ୧୦ ବର୍ଷରୁ କମ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଇ ପାରିବେ। ତେଣୁ, ସ୍ବାମୀ-ସ୍ତ୍ରୀ ଅଲଗା ହେବା କିମ୍ବା ଛାଡପତ୍ର ପରେ ମଧ୍ୟ ମା’ ଏହି ବୟସର ପିଲାମାନଙ୍କର ଭରଣପୋଷଣ ପାଇବା ଉଚିତ। କାରଣ ଜଣେ ମା’ ଯାହା କରନ୍ତି ତାହା ଅନ୍ୟ କେହି କରି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଷ୍ଟାଲିନ ସାମୁଏଲ ଏବଂ ଗ୍ରେସି ସିଲଭିଆ ୨୦୧୪ରେ ବିବାହ କରିଥିଲେ। ଦୁହେଁ କିଛି ଦିନ ମୁମ୍ବାଇରେ ରହିଲେ, ପରେ ଆମେରିକା ଯାଇଥିଲେ। ୨୦୧୫ରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। କିନ୍ତୁ ଏହା ପରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା। ବାପା ଝିଅର ହେପାଜତ ପାଇଥିଲେ। ସେ ତାଙ୍କୁ ପିତାମାତାଙ୍କ ସହ ମୁମ୍ବାଇରେ ଛାଡି ନିଜେ ଆମେରିକା ଯାଇଥିଲେ। ୨୦୨୦ରେ, ପିତା ତାଙ୍କୁ ସାଙ୍ଗରେ ନେବାକୁ ଚାହୁଁଥିଲେ, କିନ୍ତୁ ସାଲେମ ମହିଳା କୋର୍ଟ ତାଙ୍କୁ ତାଙ୍କ ଝିଅକୁ ଆମେରିକା ନେବାକୁ ବାରଣ କରିଥିଲେ। ତେଣୁ, ତାଙ୍କ ଝିଅର ଯତ୍ନ ନେବା ପାଇଁ ସେ ଆମେରିକାରେ ନିଜର ବେତନ ପ୍ରାପ୍ତ ଚାକିରି ଛାଡି ମୁମ୍ବାଇରେ କାମ କରିବା ଆରମ୍ଭ କଲେ। ୨୦୨୨ ମସିହାରେ, ସାଲେମ କୋର୍ଟ ଝିଅକୁ ତାଙ୍କ ମାତାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାଡ୍ରାସ ହାଇକୋର୍ଟରେ ଷ୍ଟାଲିନ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଯାହାର ଶୁଣାଣି କରି ହାଇକୋର୍ଟ ମଧ୍ୟ ମାଆଙ୍କ ସପକ୍ଷରେ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri