ଟ୍ରୋଲ୍‌ ପରେ ମୁହଁତୋଡ଼ ଜବାବ ଦେଲେ ଦୀପିକା, ଏମିତି କଥା ଶୁଣି ରଣବୀର ବି ଚକିତ

ମୁମ୍ବାଇ: ବି’ ଟାଉନର ଗ୍ଲାମରସ୍‌ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି। ‘କଫି ଓ୍ବିଥ୍‌ କରନ -୮’ରେ ସାମିଲ ହୋଇ ଏହି କପଲ ପରସ୍ପର ବିଷୟରେ ବହୁତ କିଛି କହିଥିଲେ। ତେବେ ଏହି ଶୋ’ରେ ଦୀପିକା କହିଥିବା କିଛି କଥା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା।

ଟ୍ରୋଲ ହେବା ପରେ ଦୀପିକା ଏକ ଭିଡିଓ ଜାରି କରି ଟ୍ରୋଲରମାନଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଏହି ଭିଡିଓରେ ଦୀପିକା ନିଜକୁ ପ୍ରଶଂସା କରୁଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଜଷ୍ଟ ଓ୍ବାଓ’ ଟ୍ରୋଲ୍‌ ହେବା ପରେ ଏହା ଦୀପିକାଙ୍କର ପ୍ରଥମ ପୋଷ୍ଟ।

ରଣବୀର ସ୍ତ୍ରୀ ଦୀପିକାଙ୍କ ଭିଡିଓ ଦେଖିବା ପରେ ହସିବା ବନ୍ଦ କରିପାରି ନ ଥିଲେ। ସେ ମନ୍ତବ୍ୟ ଦେଇଥିଲେ ‘ହା ହା ହା ହା! ଡେଡ୍‌। କରଣ ଜୋହର ମଧ୍ୟ ଲେଖିଛନ୍ତି, ‘ମୁଁ ଏଥିରେ ଅପ୍‌ସେଟ୍‌ ଅଛି।’

ତେବେ ସେଲିବ୍ରିଟିମାନଙ୍କଠାରୁ ଦୀପିକାଙ୍କୁ ଯେତେ ପ୍ରଶଂସା ମିଳିଥିଲା, ପ୍ରଶଂସକମାନେ ତାଙ୍କୁ ଟ୍ରୋଲ୍‌ କରିଥିଲେ। ଜଣେ ୟୁଜର କହିଥିଲେ, ‘ରଣବୀର ସିଂଙ୍କୁ ପ୍ରତାରଣା କରିଥିବା ଏହି ବ୍ୟକ୍ତି କି?’ ଆଉ ଜଣେ କବିତା ଆକାରରେ ଲେଖିଛନ୍ତି, ‘ବଓ୍ବୋଫା, ତେରା ମାସୁମ ଚେହେରା ଦିଲ୍‌ ଲଗାନେ କେ କାବିଲ୍‌ ନେହିଁ।

୨୬ ଅକ୍ଟୋବରରୁ ଆରମ୍ଭ ହୋଇଥିବା ‘କଫି ଓ୍ବିଥ୍‌ କରନ-୮’ ରେ ଦୀପିକା ଏବଂ ରଣବୀର ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଦୁହେଁ ସେମାନଙ୍କର ପ୍ରେମ କାହାଣୀ ବିଷୟରେ କଥାବାର୍ତ୍ତା ହୋଇଥିଲେ। ତା’ପରେ ଦୀପିକା କହିଥିଲେ, ରଣବୀରଙ୍କ ସହ ସମ୍ପର୍କର ପ୍ରଥମ ପର୍ଯ୍ୟାୟରେ ସେ ଅନ୍ୟ ପୁଅମାନଙ୍କୁ ମଧ୍ୟ ଡେଟ୍‌ କରୁଥିଲେ। କିନ୍ତୁ ତାଙ୍କ ମନରେ ରଣବୀରଙ୍କ ପ୍ରତି ପ୍ରତିବଦ୍ଧ ଥିଲେ। ଦୀପିକାଙ୍କଠାରୁ ଏହି କଥା ଶୁଣିବା ପରେ ଟ୍ରୋଲ୍‌ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?