Categories: ଖେଳ

ଅଜବ ସଂଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଥିବା ଦୁଇ ବୋଲର କ୍ରିଷ୍ଣାପା ଗୌଥମ ଓ ଚେତନ ସାକାରିୟାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଜବ ସଂଯୋଗ। ଦୁହେଁ ପଦାର୍ପଣ ମ୍ୟାଚ୍‌ରେ ହାତେଇଛନ୍ତି ଉଇକେଟ। ତେବେ ସଂଯୋଗର କଥା ହେଲା, ଉଭୟଙ୍କ ପଦାର୍ପଣ ଉଇକେଟ ପଛରେ ଥିଲା ପରାସ୍ପରଙ୍କ ହାତ।

ଗୌଥମଙ୍କ ବଲରେ ସାକାରିୟାଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ମିନୋଦ ଭାନୁକା। ସେହିଭଳି ସାକାରିୟାଙ୍କ ପଦାର୍ପଣ ଉଇକେଟ ସାଜିଥିବା ଭାନୁକା ରାଜପାକ୍‌ସେଙ୍କ କ୍ୟାଚ୍‌ ଧରିଥିଲେ ଗୌଥମ।

Share