Posted inଖେଳ

ବ୍ରିଜ୍‌ ଭୂଷଣଙ୍କ ବାସଭବନରୁ କାର୍ଯ୍ୟାଳୟ ସ୍ଥାନାନ୍ତର

ନୂଆଦିଲ୍ଲୀ, ୩୦ା୧୨: କ୍ରୀଡ଼ା ମନ୍ତ୍ରଣାଳୟର ଆପତ୍ତି ଉଠାଇବା ପରେ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଶୁକ୍ରବାର ଏହାର କାର୍ଯ୍ୟାଳୟକୁ ମହାସଂଘର ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛି।

ଡବ୍ଲ୍ୟୁଏଫ୍‌ଆଇର ନୂଆ କାର୍ଯ୍ୟାଳୟ ନୂଆଦିଲ୍ଲୀସ୍ଥିତ ହରି ନଗରରେ ଅବସ୍ଥିତ। ସଭାପତି ସଞ୍ଜୟ ସିଂଙ୍କ ନେତୃତ୍ୱରେ ନୂଆ ଡବ୍ଲ୍ୟୁଏଫ୍‌ଆଇ ପ୍ୟାନେଲ ଗଠନ ହେବାର ୩ ଦିନ ପରେ ଡିସେମ୍ବର ୨୪ରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସସ୍‌ପେଣ୍ଡ ହୋଇଛି। ବ୍ରିଜ ଭୂଷଣଙ୍କ ବାସଭବନରେ କାର୍ଯ୍ୟାଳୟ ଚଳାଇବା ଏହି କାର୍ଯ୍ୟାନୁଷ୍ଠାନ ପଛରେ ରହିଥିବା କାରଣଗୁଡ଼ିକ ମଧ୍ୟରେ ଅନ୍ୟତମ। ମହାସଂଘର ସମସ୍ତ କାର୍ଯ୍ୟ ପୂର୍ବତନ କର୍ମକର୍ତ୍ତା (ବ୍ରିଜ ଭୂଷଣ)ମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା, ଯେଉଁ ପରିସରରେ କି ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣର ଶିକାର ହେଉଥିଲେ ବୋଲି ଅଭିଯୋଗ ହୋଇଛି। ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି ବୋଲି ମନ୍ତ୍ରଣାଳୟ ଏହାର ଚିଠିରେ ଉଲ୍ଲେଖ କରିଛି। ଡବ୍ଲ୍ୟୁଏଫ୍‌ଆଇର ନୂଆ ପରିଚାଳନା ପରିଷଦ ସମ୍ପୂର୍ଣ୍ଣ ଭାବେ ପୂର୍ବତନ କର୍ମକର୍ତ୍ତାଙ୍କ ନିୟନ୍ତ୍ରିତ ହେଉଥିଲା, ଏହାଦ୍ୱାରା ଜାତୀୟ କ୍ରୀଡ଼ା ଆଚରଣ ବିଧି ଉଲ୍ଲଂଘନ ହେଉଛି ବୋଲି ମଧ୍ୟ ମନ୍ତ୍ରଣାଳୟ କହିଥିଲା। ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛି। ଏହି ମାମଲାର ଶୁଣାଣି ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ହେଉଛି। ସୂଚନାଯୋଗ୍ୟ, ଡିସେମ୍ବର ୨୧ରେ ବ୍ରିଜ ଭୁଷଣଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଡଡବ୍ଲ୍ୟୁଏଫ୍‌ଆଇର ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ସାକ୍ଷୀ କୁସ୍ତିରୁ ଅବସର ନିଷ୍ପତ୍ତି ନେଇଥିବାବେଳେ ବଜରଙ୍ଗ ପଦ୍ମଶ୍ରୀ ଫେରାଇ ଦେଇଥିଲେ ଏବଂ ଭିନେଶ ତାଙ୍କର ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହାସଂଘ ଏହି ଭାଜପା ଏମ୍‌ପିଙ୍କ କୌଣସି ଘନିଷ୍ଠ କିମ୍ବା ଅନୁଗତଙ୍କ ଦ୍ୱାରା ପରିଚାଳିତ ନ ହେଉ ବୋଲି ସେମାନେ ଚାହାନ୍ତି। ଡବ୍ଲ୍ୟୁଏଫ୍‌ଆଇ ବର୍ତ୍ତମାନ ସସ୍‌ପେଣ୍ଡ ହୋଇଥିବାରୁ ଏହାର ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ପୁଣି ଥିରେ ଭାରତ ଉଷୁ ଆସୋସିଏଶନ ମୁଖ୍ୟ ଭୂପିନ୍ଦର ସିଂ ବାଜଓ୍ବାଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ ଆଡହକ୍‌ କମିଟି ଗଠନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri