Categories: ଜାତୀୟ

ଦିଲ୍ଲୀ ପୋଲିସ ସାମ୍ନାରେ ହାଜର ହେଲେ ବ୍ରିଜ ଭୂଷଣ, ରେକର୍ଡ କଲେ ବୟାନ, ଅଭିଯୋଗକୁ ଖଣ୍ଡନ

ନୂଆଦିଲ୍ଲୀ,୧୨।୫: ମହିଳା ରେସଲରଙ୍କୁ ଯୌନ ଶୋଷଣ ଅଭିଯୋଗରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଶୁକ୍ରବାର ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି। ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ତାଙ୍କୁ କିଛି ଦସ୍ତାବିଜ ବି ମଗାଯାଇଛି। ଆବଶ୍ୟକ ହେଲେ ପୁଣିଥରେ ବୟାନ ରେକର୍ଡ କରାଯାଇପାରେ। ମିଳିଥିବା ସୂଚନା ଅନୁଯାୟୀ, ବ୍ରିଜ ଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସେ ପୋଲିସ ସାମ୍ନାରେ ଖଣ୍ଡନ କରିଛନ୍ତି।
ବ୍ରିଜଭୂଷଣ ଶରଣ ସିଂ ଦିଲ୍ଲୀ ପୋଲିସର ଏସଆଇଟି ଆଗରେ ତାଙ୍କ ବୟାନ ରେକର୍ଡ କରିଛନ୍ତି। ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ଯାଞ୍ଚ ପାଇଁ ଦିଲ୍ଲୀ ପୋଲିସର ୬ଜଣିଆ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛି।
ବ୍ରିଜ ଭୂଷଣ ଶରଣ ସିଂଙ୍କ ବ୍ୟତୀତ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସହକାରୀ ସଚିବ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ବିନୋଦ ତୋମାର ମଧ୍ୟ ମହିଳାଙ୍କ ଅଭିଯୋଗରେ ପଞ୍ଜୀକୃତ ହୋଇଥିବା ଦିଲ୍ଲୀ ପୋଲିସର ଏଫଆଇଆରରେ ଜଣେ ଅଭିଯୁକ୍ତ।

Share