Categories: ଜାତୀୟ

‘୨୫ ବର୍ଷ ଧରି ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେ ଚିତ୍କାର କରୁଛି’

ମୁମ୍ବାଇ,୩।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବତନ ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଠାକରେ କହିଛନ୍ତି, ଆମେ ୨୫ ବର୍ଷ ଧରି ଏକ ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେହି ସାପଟି ଆମ ସାମ୍ନାରେ ଚିତ୍କାର କରୁଛି …କିନ୍ତୁ ଆମେ ଏହି ସାପକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ରାଷ୍ଟ୍ରୀୟ କଂଗ୍ରେସ ଦଳର ନେତା ତଥା ମନ୍ତ୍ରୀ ନବାବ ମଲିକଙ୍କ ଗିରଫଦାରୀ ଏବଂ ଭାଜପା ବିରୋଧରେ ଏକଜୁଟ ହେବା ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ବୈଠକ ପୂର୍ବରୁ ଠାକରେ ବଜେଟ ଅଧିବେଶନରେ ଶତପ୍ରତିଶତ ଉପସ୍ଥାନ ନିଶ୍ଚିତ କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କଥା ହେଉଛି ମେରୁଦଣ୍ଡର ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ଠାକରେ ଶେଷ ଅଧିବେଶନରେ ଯୋଗ ଦେଇ ନ ଥିଲେ।

Share