Posted inଭଦ୍ରକ

ବର୍ଷାରେ ଭିଜି ଧାନ ଜଗିଲେ

ପଦ୍ମପୁର, ୬ା୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ସମିତି ଓ ମହାସଂଘର ମଣ୍ଡିରେ ଗୋଦାମ ବ୍ୟବସ୍ଥା ନାହିଁ। ଫଳରେ ଶୁକ୍ରବାର ତୁହାକୁ ତୁହା ବର୍ଷାରେ ପ୍ରାୟ ୫୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଭିଜି ଯାଇଛି। ଚାଷୀମାନେ ଧାନକୁ ପଲିଥିନ ଘୋଡ଼ାଇ ବର୍ଷାରେ ଭିଜି ରାତିସାରା ଜଗି ରହିଥିଲେ। ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ଲକର ୨୨ ସେବା ସମବାୟ ସମିତି ମଧ୍ୟରୁ ୨୦ ଓ ୭ ମହାସଂଘକୁ ଚଳିତବର୍ଷ ଧାନ କ୍ରୟ ପାଇଁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ହେଲେ ଅନୁବନ୍ଧିତ ହୋଇଥିବା ମିଲରମାନେ ବିଭିନ୍ନ ଆଳ ଦେଖାଇ ମଣ୍ଡିରୁ ଧାନ ଉଠାଉ ନାହାନ୍ତି। ଚାଷୀମାନେ ନିଜ ଖର୍ଚ୍ଚରେ ଧାନ ମିଲ୍‌କୁ ନେଲେ ମଧ୍ୟ ଲେବର ନାହାନ୍ତି କହି ୩/୪ ଦିନ ଗାଡ଼ି ଛିଡ଼ା କରାଉଛନ୍ତି। ଏଥିସହ ମନଇଚ୍ଛା ଧାନ କଟ୍‌ନୀ କରୁଛନ୍ତି। ସ୍ଥାନୀୟ ଗାଡ଼ି ଚାଳକମାନେ ଜୁଲମ କରି ଆଗ ମନଇଚ୍ଛା ନିଜ ଗାଡ଼ିକୁ ଅନ୍‌ଲୋଡ କରାଇବାରେ ସକ୍ଷମ ହେଉଛନ୍ତି। ଶୁକ୍ରବାର ବର୍ଷାରେ ବ୍ଲକର ବିଭିନ୍ନ ମଣ୍ଡି ଓ ମହାସଂଘ ଦ୍ୱାରା କିଣାଯାଇଥିବା ଏତେ ପରିମାଣର ଧାନ ଭିଜି ନଷ୍ଟ ହେବାକୁ ବସିଛି। ଏଥିପ୍ରତି କାହାର ନଜର ନାହିଁ। ବ୍ଲକର ୧୬ ସମିତି ଓ ୭ ମହାସଂଘର ଧାନ ରଖିବା ପାଇଁ ଗୋଦାମ ନାହିଁ। ମିଲ୍‌ ପକ୍ଷରୁ କୌଣସି ବସ୍ତା ବା ପଲିଥିନ ଦିଆଯାଇ ନାହିଁ। ଚାଷୀମାନେ ନିଜ ଟଙ୍କାରେ ପଲିଥିନ କିଣି ଧାନକୁ ଢାଙ୍କି ବର୍ଷାରେ ଭିଜି ରାତିସାରା ଜଗିଥିଲେ। କେତେକ ସମିତିର ସମ୍ପାଦକ ରିକୋଭରି ଭୟରେ ନିଜ ହାତରୁ ପଲିଥିନ କିଣି ଧାନ ଢାଙ୍କୁଥିବା ବେଳେ ଆଉ କେତେକ ସମିତି ବର୍ଷାରେ ଭିଜି ଯାଉଥିବା ଧାନକୁ ଅଫିସ ବାରଣ୍ଡା ଓ ଭିତରେ ରଖିଛନ୍ତି। ତୁରନ୍ତ ଜିଲା ଯୋଗାଣ ବିଭାଗ ଏ ବାବଦରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଅପରପକ୍ଷେ ବିଭିନ୍ନ ସମିତିର ସମ୍ପାଦକ ଚାଷୀମାନଙ୍କ ଆକ୍ରୋଶର ଶିକାର ହେବା ସହ ଅଫିସକୁ ଭୟରେ ଆସୁ ନ ଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ଜିଲା ସହକାରୀ ଯୋଗାଣ ଅଧିକାରୀ ଶରତ କୁମାର ବେହେରାଙ୍କୁ ପଚାରିବାରୁ ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri