ପାଶ୍ଚାତ୍ୟ ଦେଶ କରୁଛନ୍ତି ସାଇବର ଆକ୍ରମଣ…

ମସ୍କୋ, ୨୧।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଦେଶ ପାଶ୍ଚାତ୍ୟ ଦେଶରୁ ସାଇବର ଆକ୍ରମଣର ସମ୍ମୁଖୀନ ହେଉଛି। ଏହି ଆକ୍ରମଣ ସଫଳତାର ସହ ରୋକାଯାଉଛି ବୋଲି ସେ କହିଛନ୍ତି। ପୁଟିନ ରୁଷିଆର ସୁରକ୍ଷା ପରିଷଦକୁ କହିଛନ୍ତି ଯେ ଏହି ଅଞ୍ଚଳରେ ଚ୍ୟାଲେଞ୍ଜ (ସାଇବର) ଅଧିକ ଜଟିଳ, ଗମ୍ଭୀର ଏବଂ ବ୍ୟାପକ ହୋଇଛି।

ରୁଷିଆ ବିରୋଧରେ ସୂଚନା କ୍ଷେତ୍ର ଉପରେ ଆକ୍ରମଣ କରାଯାଉଛି। ଦେଶର ସୁରକ୍ଷା କ୍ଷମତା ପାଇଁ ଆର୍ଥିକ-ସାମାଜିକ ବିକାଶ ଏବଂ ସ୍ଥିରତା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ସୂଚନା ଅଧିକାରୀମାନଙ୍କୁ ପରାମର୍ଶ ନେଦଇଛନ୍ତି।

ଏଥି ସହିତ, ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଶର୍ଗେଇ ଶୋଇଗୁ ଦାବି କରିଛନ୍ତି ଯେ ୟୁକ୍ରେନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ରୁଷିଆକୁ ସଫଳତା ମିଳିଛି। ୧୯୦୮ ୟୁକ୍ରେନ ସୈନିକ ମାରିଅପୋଲର ଆଜୋଭଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଆତ୍ମସମର୍ପଣ କରିଛନ୍ତି। ଖୁବ ଶୀଘ୍ର ରୁଷିଆ ଏହି କାରଖାନାକୁ ଦଖଲ କରିବ ବୋଲି ସେ ଦାବି କରିଛନ୍ତି। ପ୍ଲାଣ୍ଟ ଭିତରେ ଆଉ କିଛି ସୈନିକ ଥାଇପାରନ୍ତି, ଆମେ ସେମାନଙ୍କୁ ଆତ୍ମସମର୍ପଣ କରିବାର ସୁଯୋଗ ଦେଉଛୁ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

Share