Categories: ଖେଳ

ବିଶ୍ୱରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଜାମାଇକା,୧୫।୮: ନ୍ୟୁଜିଲାଣ୍ଡ ଦଳର ଓପନର୍‌ ମାର୍ଟିନ ଗୁପ୍ତିଲ ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମାଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ ଟି-୨୦ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ଗୁପ୍ତିଲ ୧୫ ରନ ସ୍କୋର କରି ଟି-୨୦ କ୍ରିକେଟରେ ଶ୍ରେଷ୍ଠ ରନ ସ୍କୋରର ହୋଇଥିଲେ।
ଡାହାଣହାତୀ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ବର୍ତ୍ତମାନ ୩୪୯୭ ରନ ସହ ଟି-୨୦ ରନ୍‌ ସ୍କୋରର ତାଲିକାରେ ଶୀର୍ଷରେ ଥିବାବେଳେ ରୋହିତ ଶର୍ମା ୩୪୮୭ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୩୩୦୮ ରନ ସ୍କୋର କରିଥିବା ବିରାଟ କୋହଲିଙ୍କ ନାମ ତୃତୀୟ ସ୍ଥାନରେ ରହିଛି।
ତେବେ ରୋହିତ ଶର୍ମା ପୁଣି ଥରେ ଶୀର୍ଷକୁ ଫେରିବାର ସୁଯୋଗ ରହିଛି। ଗୁପ୍ତିଲ ନିକଟରେ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବେ ନାହିଁ। ସେପଟେ ରୋହିତ ଶର୍ମା ଅଗଷ୍ଟ ୨୮ରୁ ଏସିଆ କପ ଖେଳିବେ। ସେ ୧୧ ରନ ସ୍କୋର କଲେ ଗୁପ୍ତିଲଙ୍କୁ ପଛରେ ପକାଇବେ।

Share