Categories: ଖେଳ

କ୍ରିକେଟ ଜଗତକୁ ଝଟ୍‌କା, ୫୧ଟି ଶତକ ଲଗାଇଥିବା ମହାନ ବ୍ୟାଟ୍ସମ୍ୟାନଙ୍କ ପରଲୋକ

କ୍ରିକେଟ ଜଗତର ମହାନ ଖେଳାଳି ଓ୍ବେଷ୍ଟଇଣ୍ଡିଜର ସାର୍‌ ଏଭର୍ଟନ ଓ୍ବିକ୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର ଗଡ୍‌ଫାଦର୍‌ ଭାବେ ଜଣାଶୁଣା ଓ୍ବିକ୍ସ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ସେ ୪୮ଟି ଟେଷ୍ଟ ଖେଳି ୫୮.୬୧ ହାରରେ ୪ ହଜାର ୪୫୫ ରନ୍‌ କରିଥିଲେ। ଟେଷ୍ଟ କ୍ରିକେଟରେ ତାଙ୍କ ସର୍ବାଧିକ ୨୦୭ ରନ୍‌ ଥିଲା। ସେ ୧୫ଟି ଶତକ ମଧ୍ୟ ହାସଲ କରିଥିଲେ। ସେଥିମଧ୍ୟରୁ ୧୫ଟି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ହୋଇଥିବାବେଳେ ବାକି ୩୬ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ଅର୍ଜନ କରିଥିଲେ। ସେ ୧୫୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ୧୯୪୮ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ଓ୍ବିକ୍ସ ଲଗାତର ୫ଟି ଶତକ ମାରିଥିଲେ।

Share