Categories: ଖେଳ

ଦି ଓଳି ଖାଇବାକୁ ପାଉନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ପାଟ୍ରିକ ପାଟରସନ ଆର୍ଥିକ ଅଭାବ ସହ ସଂଘର୍ଷ କରୁଛନ୍ତି। ଏପରିକି ଦୁଇ ଓଳି ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ମାଧ୍ୟମରେ ତଙ୍କ ପାଇଁ ଟଙ୍କା ସଂଗ୍ରହ କରାଯାଉଛି। ଭାରତୀୟ କ୍ରିକେଟର ଆର ଅଶ୍ୱିନ ମଧ୍ୟ ପାଟ୍ରିକ୍‌ଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଭାରତ ବିପକ୍ଷରେ ୫୯ ବର୍ଷିୟ ପାଟ୍ରିକ ପାଟରସନଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା।

ଭରତ ସୁନ୍ଦରେସନ ସୋସିଆଲ ସାଇଟ ମାଧ୍ୟମରେ ପାଟ୍ରିକ ପାଟରସନଙ୍କ ବିଷୟରେ କହିଥିଲେ। ସେ ଲେଖିଛନ୍ତି, ପାଟ୍ରିକ ପାଟରସନଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ସମୟରେ ଖାଦ୍ୟ ସାମଗୀ କିଣିବାରେ ଅସମର୍ଥ ହୋଇଛନ୍ତି। ମୁଁ ତାଙ୍କ ପାଇଁ ଏହି @gofundme ଆରମ୍ଭ କରିଛି। ତାଙ୍କ ତରଫରୁ କ୍ରିକେଟ ଜଗତକୁ ଏହା ଏକ ଅନୁରୋଧ। ଦୟାକରି ସମସ୍ତେ ସହାୟତା କରନ୍ତୁ। ଆର ଅଶ୍ୱିନ ସୁନ୍ଦରସନଙ୍କ ଟୁଇଟର ଜବାବ ଦେଇ ଲେଖିଛନ୍ତି, ପାଟ୍ରିକ ପାଟରସନ ସହାୟତା ଆବଶ୍ୟକ କରୁଛନ୍ତି। ଯଦି କେହି ସାହାଯ୍ୟ କରିପାରିବେ, ଦୟାକରି କରନ୍ତୁ।
ପାଟ୍ରିକ ପାଟରସନ ୱେଷ୍ଟଇଣ୍ଡିଜ୍‌ ପାଇଁ ୨୮ଟି ଟେଷ୍ଟରେ ୯୩ ଉଇକେଟ ନେଇଥିଲେ। ନଭେମ୍ବର ୧୯୮୭ରେ ଦିଲ୍ଲୀରେ ତାଙ୍କର ପ୍ରଦର୍ଶନ ଟିମ ଇଣ୍ଡିଆକୁ ଅଡୁଆରେ ପକାଇ ଦେଇଥିଲା।

Share