Categories: ଖେଳ

‘ମୁଁ ଖେଳାଳିଙ୍କୁ ଭିକ ମାଗିପାରିବି ନାହିଁ’

ପୋର୍ଟ ଅଫ୍‌ ସ୍ପେନ୍‌,୧୦।୮: ୱେଷ୍ଟଇଣ୍ଡିଜ ଅପେକ୍ଷା କାରିବିଆନ ଦେଶଗୁଡିକର ଖେଳାଳିମାନେ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ୱେଷ୍ଟଇଣ୍ଡିଜ ମୁଖ୍ୟ କୋଚ ଫିଲ ସିମନ୍ସ କହିଛନ୍ତି। ଖେଳାଳିଙ୍କୁ ଦେଶ ପାଇଁ ଖେଳିବାକୁ ବାଧ୍ୟ କରାଯିବା ଆଦୌ ଉଚିତ୍‌ ନୁହେଁ। ମୁଁ ଏମିତି ଭିକ ମାଗି ପାରିବି ନାହିଁ। ଅଧିକାଂଶ ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ଫ୍ରାଞ୍ଚାଇଜ ଲିଗରେ ଖେଳୁଛନ୍ତି। ଏଥିପାଇଁ ଆହତ ହୋଇଛନ୍ତି। ଫଳରେ କ୍ରିକେଟ ବୋର୍ଡ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ସର୍ବଶ୍ରେଷ୍ଠ ଦଳ ବାଛିବା ପାଇଁ ଅସୁବିଧା ଭୋଗିବାକୁ ପଡୁଛି ବୋଲି ସିମନ୍ସ କହିଛନ୍ତି।
ନିକଟରେ ଭାରତ ବିପକ୍ଷ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୧-୪ ପରାଜୟର ସମ୍ମୁଖୀନ ହୋଇଥିଲା। ଟି-୨୦ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବେଷ୍ଟଇଣ୍ଡଜ୍‌କୁ ତିନି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ପଡିବ।
ଓ୍ବେଷ୍ଟଇଣ୍ଡଜ୍ର ମୁଖ୍ୟ ଚୟନକର୍ତ୍ତା ଡେସମଣ୍ଡ ହେନ୍ସ ରସେଲ କହିଛନ୍ତି, ମୁଁ ଯେତିକି ଜାଣେ,ଖେଳାଳିମାନେ ନିଜକୁ ଉପଲବ୍ଧ କରାଇ ନାହାଁନ୍ତି। ମୁଁ ଚାହେଁ, ଦେଶର ପ୍ରତ୍ୟେକ ଖେଳାଳି ୱେଷ୍ଟଇଣ୍ଡିଜ ପାଇଁ ଖେଳନ୍ତୁ।

Share