ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗର ଅସୁସ୍ଥ ଦନ୍ତା

ବେତନଟୀ,୪ା୧୧(ସ୍ବ.ପ୍ର.): ଗତ କିଛି ଦିନ ହେଲା ଗୋଡ଼ରେ ଆଘାତପ୍ରାପ୍ତ ହୋଇ ପଶ୍ଚିମବଙ୍ଗ ବନବିଭାଗ ଦ୍ୱାରା ଚିକିତ୍ସିତ ଏକ ଦନ୍ତା ବୁଧବାର ଓଡ଼ିଶା ସୀମା ଅତିକ୍ରମ କରି ବେତନଟୀ ରେଞ୍ଜରେ ପ୍ରବେଶ କରିଛି। ଏହି ଦନ୍ତା ଏବେ ମୟୂରଭଞ୍ଜ ବନ ବିଭାଗର ଚିନ୍ତା ବଢ଼ାଇଛି। ଅସୁସ୍ଥ ଦନ୍ତାର ଆବଶ୍ୟକ ଚିକିତ୍ସା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡାକ୍ତର ପୀୟୂଷ ସୋରେନ ଏବଂ ଏସିଏଫ୍‌ ରବିନାରାୟଣ ମହାନ୍ତି ପହଞ୍ଚି ତାହାର ଗତିବିଧି ଅନୁଧ୍ୟାନ କରିଛନ୍ତି। ଅସୁସ୍ଥ ଦନ୍ତା ବେତନଟୀ ରେଞ୍ଜ ଅଧୀନ ବଡ଼ାମପୁର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହୁଥିବା ବେଳେ ଠିକ୍‌ ଭାବେ ଚଳପ୍ରଚଳ କରିପାରୁନାହିଁ। ଏନେଇ ଡାକ୍ତରୀ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଅସୁସ୍ଥ ଦନ୍ତାର ଚିକିତ୍ସା କରୁଥିବା ପଶ୍ଚିମବଙ୍ଗ ଡାକ୍ତରୀ ଟିମ୍‌ ସହିତ ମୟୂରଭଞ୍ଜ ବନବିଭାଗ ସମ୍ପର୍କ ସ୍ଥାପନ କରିଛି। ପଶ୍ଚିମବଙ୍ଗରେ ଚାଲିଥିବା ଚିକିତ୍ସା ପଦ୍ଧତି ମୁତାବକ ଏଠାରେ ମଧ୍ୟ ଚିକିତ୍ସା କରାଯିବ ବୋଲି ଏସିଏଫ୍‌ ମହାନ୍ତି ସୂଚନା ଦେଇଛନ୍ତି। ତେବେ ହାତୀର ଚିକିତ୍ସା ପାଇଁ ଟ୍ରଙ୍କୁଲାଇଜ କରାଯିବାର ଆବଶ୍ୟକତା ନ ଥିବା ବେଳେ ଖାଦ୍ୟରେ ଔଷଧ ମିଶାଇ ଚିକିତ୍ସା କରାଯାଉଛି। ତେବେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ୨୪ଘଣ୍ଟା ଧରି ଅସୁସ୍ଥ ଦନ୍ତାର ଗତିବିଧି ଏବଂ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଏସିଏଫ୍‌ କହିଛନ୍ତି। ଅନ୍ୟପକ୍ଷରେ ଅସୁସ୍ଥ ଦନ୍ତା ବିଚରଣ କରୁଥିବା ଜଙ୍ଗଲର ଅପରପାର୍ଶ୍ୱରେ ଶିମିଳିପାଳ ହାତୀପଲ ରହୁଥିବାରୁ ସେମାନଙ୍କ ସହ ମୁହଁାମୁହିଁ ସ୍ଥିତି ଉପୁଜିବାର ଯଥେଷ୍ଟ ଆଶଙ୍କା ରହିଛି। ଯାହାକି ଅସୁସ୍ଥ ଦନ୍ତାର ଜୀବନ ପ୍ରତି ବିପଦ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri