Categories: ଜାତୀୟ

କୋଲକାତାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା, ବୁଧବାର ଯାଏ କର୍ଫ୍ୟୁ ଜାରି

କୋଲକାତା,୧୦।୧୦: ଦକ୍ଷିଣ କୋଲକାତାର ମୋମିନପୁର ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ବହୁ ଲୋକ ଆହତ ହୋଇଛନ୍ତି। କେତେକ ଘର ଏବଂ ଗାଡ଼ି ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୩୦ ଜଣଙ୍କୁ ପୋଲିସ ଅଟକ ରଖି ଅଧୀକ ପଚରାଉଚରା କରୁଛି। ଉତ୍ତ୍ୟକ୍ତ ଲୋକଙ୍କ ଟେକାମାଡ଼ରେ କେତେଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ କୋଲକାତାର ଏକବାଲପୁର ଅଞ୍ଚଳରେ ୧୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ୫ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ଏନେଇ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ପଶ୍ଚିମବଙ୍ଗ ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଘଟଣାସ୍ଥଳକୁ ଯାଉଥିବାବେଳେ ପୋଲିସ ତାଙ୍କ ସହ ୪ ଜଣ ନେତାଙ୍କୁ ଅଟକ ରଖିଛି। କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଲାଗି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖିଛନ୍ତି।

Share