ପଶ୍ଚିମବଙ୍ଗର ରିଗ୍‌ ମେଶିନ ଲାଗିଲା

ଗୋପ,୮।୨(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଚାଲିଥିବା ତୈଳ ସନ୍ଧାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ୫୦ରୁ ଊଦ୍ଧର୍‌ବ ଅତ୍ୟାଧୁନିକ ମେଶିନ ଲଗାଯାଇଥିବା ବେଳେ ଖନନ କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରୁ ଆସିଥିବା ରିଗ୍‌ ମେଶିନ ମଧ୍ୟ ମଙ୍ଗଳବାର ବସାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ମିଟର ବୋରିଂ କାର୍ଯ୍ୟ ସରିଥିବାବେଳେ ଷ୍ଟ୍ରକ୍ଚର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୨୫୦ ମିଟର ବୋରିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ବୋରିଂ ପରେ ବାହାରିବା ମାଟିପାଣି ଓ କାଦୁଅ ଅସ୍ଥାୟୀ ପୋଖରୀରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏହି ସବୁ ପଦାର୍ଥଗୁଡିକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ରି-ଫାଇନ ପ୍ରକ୍ରିୟା କରାଯିବ ବୋଲି ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ସୂଚନା ମିଳିଛି।
ଯେ, ଗୋପ ବ୍ଲକ ଅନ୍ତର୍ଗତ କୁଶୁପୁରୁ ମୌଜାରେ ଏବେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ଥିବା ସୂଚନା ସାଟେଲାଇଟ ଚିତ୍ର ମାଧ୍ୟମରେ ଆସିବା ପରେ କମ୍ପାନୀ କୁଶୁପୁରୁ ମୌଜାର ୩୭ଜଣ ଚାଷୀଙ୍କୁ ୯୭ ଲକ୍ଷ ଟଙ୍କା ଦେଇ ୩ ବର୍ଷ ଲାଗି ଲିଜ ସୂତ୍ରରେ ନେଇ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ୩୦ ମିଟର ବୋରିଂ କରାଯାଇଥିଲା। ଦେଶ ବିଦେଶରୁ ୫୦ରୁ ଊଦ୍ଧର୍‌ବ ଅତ୍ୟାଧୁନିକ ମେଶିନ ଅଣାଯାଇଥିବା ବେଳେ ବୋରିଂ କାର୍ଯ୍ୟ କରିବାରେ ମୁଖ୍ୟ ମେଶିନ କୁହାଯାଉଥିବା ରିଗ ମେଶିନ ମଧ୍ୟ ଲଗାଇ ଦିଆଯାଇଛି। ତେବେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ମୋଟ ୩ ହଜାର ମିଟର ବୋରିଂ ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦ ମିଟର ବୋରିଂ ସରିଥିବା ବେଳେ ଦ୍ୱିତୀୟରେ ୨୨୫୦ ମିଟର ଓ ତୃତୀୟ ପର୍ଯ୍ୟାୟ ବାକିଥିବା ୭୨୦ ମିଟର ବୋରିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଏହି କାର୍ଯ୍ୟ ପାଇଁ ୩୫ରୁ ଊଦ୍ଧର୍‌ବ ଇଞ୍ଜିନିୟର,୨୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି।
୨୦୨୦ ମସିହାରୁ ରାଜ୍ୟ ଓ ଜିଲାର ବିଭିନ୍ନ ସ୍ଥାନରେ ଖନନ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗୋପ ବ୍ଲକର କୁଶୁପୁରୁ ମୌଜାର କୁଶୁପୁରୁ ଓ ମହଲପଡା ପଞ୍ଚାୟତର ଚିତ୍ରା ମୌଜାରେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ ଡିଜେଲର ସନ୍ଧାନ ମିଳିଥିଲା। ସମସ୍ତ କାର୍ଯ୍ୟ ସମ୍ପର୍କରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ଥିବା ଜଣେ ଇଞ୍ଜିନିୟରଙ୍କୁ ପଚାରିବାରେ କ୍ବିପା ସଂସ୍ଥା ଦ୍ବାରା ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦ୍ୱିତୀୟ ପର୍ଯ୍ୟାୟରେ ବଡ଼ ଆକାରର ବୋରିଂ ପ୍ରକ୍ରିୟା ଶେଷ ହେବା ପରେ କେତେ ପରିମାଣର ପ୍ରାକୃତିକ ଗ୍ୟାସ ସହିତ ଅନ୍ୟାନ୍ୟ ଜିନିଷ ରହିଥିବାର ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri