ମମତାଙ୍କ ଗୋଷ୍ଠୀକୁ ହାଇକୋର୍ଟରୁ ବଡ଼ ଝଟକା: ବିଧାନସଭା ବିରୋଧୀ ଦଳ ନେତା ରହିବେ…

କୋଲକାତା,୧୮।୮: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟ କୌଣସି ବି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଚସ୍ପତି (ସ୍ପିକର)ଙ୍କ ନିଷ୍ପତ୍ତି ବଳବତ୍ତର ରହିବ। ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟ, ବିରୋଧୀ ଦଳ ନେତା ଭାବେ ଟିଏମସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି।

ଟିଏମସି ପକ୍ଷରୁ ବିରୋଧୀ ଦଳ ନେତା ପଦ ପାଇଁ ଦୁଇଟି ନାମ ପଠାଯାଇଥିଲା। ଟିଏମସି ନେତୃତ୍ୱ ଗୋଷ୍ଠୀ ପକ୍ଷରୁ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ନାମ ପ୍ରସ୍ତାବ କରାଯାଇଥିବା ବେଳେ, ଦଳର ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଋତବ୍ରତ ବାନାର୍ଜୀଙ୍କ ନାମ ପଠାଇଥିଲେ। ଏହାକୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ର ବସୁ ଗ୍ରହଣ କରିବା ସହ ତାଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲେ।

କୋଲକାତା ହାଇକୋର୍ଟ ଗୁରୁବାର ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, ସେ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଜାରି କରୁନାହାନ୍ତି। ଜଷ୍ଟିସ କୃଷ୍ଣ ରାଓ ସବୁ ପକ୍ଷଙ୍କୁ ବିରୋଧରେ ସତ୍ୟପାଠ ଦାଖଲ କରିବାକୁ ଏବଂ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ରେ ହେବ।

 

Odisha’s No.1 Odia Daily

Share