Categories: ଜାତୀୟ

ବିରିୟାନୀ ଖାଇଲେ କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା: ଦୋକାନ ବନ୍ଦ କରାଇଲେ ଟିଏମ୍‌ସି ନେତା

କୋଲକାତା,୨୪।୧୦: ବିରିୟାନୀ ପାଇଁ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। କିଛି ଏଭଳି ଯୁକ୍ତି ବାଢ଼ିଛନ୍ତି ଜଣେ ନେତା। କେବଳ ସେତିକି ନୁହେଁ ନେତା ଜଣକ ଜୋର ଜବରଦସ୍ତ ବିରିୟାନୀ ଦୋକାନ ମଧ୍ୟ ବନ୍ଦ କରିଦେଇଛନ୍ତି। କିଛି ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗରେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁଚବିହାର ମ୍ୟୁନସିପାଲିଟିର ଅଧ୍ୟକ୍ଷ ତଥା ଟିଏମ୍‌ସି ନେତା ରବିନ୍ଦ୍ରନାଥ ଘୋଷ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ମସଲାଯୁକ୍ତ ବିରିୟାନୀ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପଭାବ ପକାଉଛି। ଗତ କିଛି ଦିନରୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ଯେ, ବିରିୟାନୀରେ ଯେଉଁ ମସଲା ବ୍ୟବହାର କରାଯାଉଛି ସେଥିରେ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। ଏହାପରେ ଟିଏମ୍‌ସି ନେତା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନ ଉପରେ ଚଢ଼ାଉ କରିଥିଲେ। ସେହି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଦୋକାନର ଲାଇସେନ୍ସ ନାହିଁ। ତେଣୁ ଦୋକାନଗୁଡ଼ିକୁ ସେ ବନ୍ଦ କରାଇଦେଇଥିଲେ।

Share