Categories: ଜାତୀୟ

ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ଚାକିରି ଦେବେ ସରକାର

କୋଲକାତା, ୬।୧୦: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ହୋମ୍‌ଗାର୍ଡ ଚାକିରି ଦେବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ‘ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଗ୍ରାମବାସୀ ରାଜ୍ୟ ସରକାରଙ୍କଠାରୁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଉଛନ୍ତି। ଏବେ ଆମେ ଏକ ନୀତିଗତ ନିଷ୍ପତ୍ତି ନେଇଛୁ ଯେ, ପୀଡ଼ିତାଙ୍କ ପରିବାରର ସଦସ୍ୟ ହୋମଗାର୍ଡ ବିଭାଗରେ ଚାକିରି ପାଇବେ’ ବୋଲି ମମତା କହିଛନ୍ତି। ଏପ୍ରିଲ ୨୦୧୪ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ପଶ୍ଚିମବଙ୍ଗରେ ୪୩୩ ଜଣ ଲୋକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେହିଭଳି ଏହି ସମୟ ମଧ୍ୟରେ ଓଡ଼ିଶାରେ ୪୪୭, ଝାଡ଼ଖଣ୍ଡରେ ୩୯୧ ଓ ଛତିଶଗଡ଼ରେ ୩୩୧ ଜଣ ଲୋକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

Share