କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ଦେବାଙ୍ଗଶୁଙ୍କୁ ୧,୪୯,୬୬୬ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ(ଏମ୍) ପ୍ରାର୍ଥୀ ଶମ୍ଭୁନାଥ କୁର୍ମିଙ୍କୁ ୪୦,୬୪୫ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୋଲ୍ଲା ୧୦,୦୮୪ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ଟିଏମ୍ସି ପ୍ରାର୍ଥୀ ଜାହାଙ୍ଗୀର ଖାନ୍ଙ୍କୁ ୭,୭୮୩ ଖଣ୍ଡ ଭୋଟ ମିଳିଛି। ନିର୍ବାଚନ ଲଢ଼ିବାରୁ ଓହରିଯିବା ନେଇ ଜାହାଙ୍ଗୀର ପୂର୍ବରୁ ଘୋଷଣା କରିଥିଲେ।