Categories: ଜାତୀୟ

ଟିଏମସିକୁ ଝଟକା, ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ

କୋଲକାତା,୩।୯: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରୟ ଭାଜପାରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ମିତାଲି ରୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ ଆସନରୁ ଜିତିଥିଲେ। ତେବେ ୨୦୨୧ରେ ମିତାଲି ରୟଙ୍କୁ ଭାଜପାର ବିଷ୍ଣୁପଦ ରୟଙ୍କ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଜୁଲାଇ ୨୫ରେ ଭାଜପା ବିଧାୟକ ବିଷ୍ଣୁପଦ ରୟଙ୍କ ଦେହାନ୍ତ ହୋଇଛି। ଯେଉଁଥିପାଇଁ ଧୁପଗୁରୀ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୫ରେ ଏଠାରେ ମତଦାନ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୮ରେ ଭୋଟ ଗଣନା କରାଯିବ। ମିତାଲି ରୟ ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର, ଜଲପାଇଗୁଡିର ଭାଜପା ଏମପି ଜୟନ୍ତ ରୟ, ଡାବଗ୍ରାମ ଫୁଲବାରୀ ବିଧାୟକ ଶିଖା ଚାଟାର୍ଜୀ ଏବଂ ଭାଜପା ଜିଲା ସଭାପତି ବାପି ଗୋସ୍ବାମୀଙ୍କ ଉପସ୍ଥିତିରେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି।

Share