Categories: ଜାତୀୟ

ବେଳକୁ ବେଳ ଖରାପ ହେବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି: ମମତା

କୋଲକାତା,୭ ।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେ ସନ୍ଦେହ କରିଛନ୍ତି କି ଆଗାମୀ ଦିନରେ ରାଜ୍ୟ ବେତନ ଦେବାକୁ ବି ସକ୍ଷମ ହେବନି । ଏହାସହ ମମତା କହିଛନ୍ତି ଦୀର୍ଘଦିନ ହେବ ପଡିରହିଥିବା ରାଜ୍ୟ ଜିଏସଟିକୁ ଭରଣା କରିବାକୁ କେନ୍ଦ୍ର ସୁନିଶ୍ଚିତ କରିବା ଦରକାର ।
ମମତା କହିଛନ୍ତି ଇନ୍ଧନର ଦର ବୃଦ୍ଧି ସାଧାରଣ ଜୀବନ ଉପରେ ପ୍ରଭାବ ପକାଇଛି । ସେ କେନ୍ଦ୍ର ନିକଟରେ ଅପିଲ କରିଛନ୍ତି ଇନ୍ଧନ ଦାମ ନିୟନ୍ତ୍ରଣ କରିବା ସହ ଟୋଲ ଫିକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଅନ୍ତୁ । ଏହାସହ ଜିଏସଟି ସମୟ ସୀମାକୁ ୫ ବର୍ଷ ବୃଦ୍ଧି କରିବାକୁ ସେ କେନ୍ଦ୍ରକୁ କହିଛନ୍ତି । ସୂଚନାଯୋଗ୍ୟ, ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲ ଡିଜେଲ ଦାମ ପ୍ରାୟ ୧୦ ଟଙ୍କା ବୃଦ୍ଧି ହୋଇଛି ଯାହା ସାଧାରଣ ଜନତାଙ୍କ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇଛି ।

Share