Categories: ଜାତୀୟ

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା, ହ୍ବିଲ୍‌ ଚେୟାରରେ ବସି ଘରକୁ ଫେରିଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ସ୍ଥିତ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ଶୁକ୍ରବାର ଡିସ୍‌ଚାର୍ଜ ହୋଇଛନ୍ତି। ମମତା ଏକ ହ୍ବିଲ୍‌ ଚେୟାରରେ ବସି କାଳିଘାଟ ସ୍ଥିତ ଘରକୁ ଫେରିଛନ୍ତି। ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ସୂଚନା ଯୋଗ୍ୟ, ମମତା ବୁଧବାର ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରେ ସେ ଏକ ରୋଡ ଶୋ’ କରୁଥିବା ବେଳେ  ଆକ୍ରମଣ ହେବାରୁ ତାଙ୍କ ଗୋଡରେ ଆଘାତ ସେ ଅଭିଯୋଗ କରିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Share