Categories: ଜାତୀୟ

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ: ଦେଇପାରିବେ ନାହିଁ ଭୋଟ

ନୂଆଦିଲ୍ଲୀ,୨୫।୪: ମୋଦି ସରକାରର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ଟଲିଗଞ୍ଜର ଭାଜପା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ୱିତୀୟଥର କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏହା ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ମୁଁ ଏବଂ ମୋ ସ୍ତ୍ରୀ କରୋନା ସଂକ୍ରମିତ ହୋଇଛୁ। ଏଭଳି ପରିସ୍ଥିତିରେ ସେ ଏପ୍ରିଲ ୨୬ରେ ଆସନସୋଲରେ ଭୋଟ ଦେବେ ନାହିଁ। ଘରେ ରହି ପରିସ୍ଥିତି ଉପରେ ନଜର ରଖିବେ। ସୂଚନାଯୋଗ୍ୟ, ଆସନସୋଲରୁ ଦୁଇଥର ଏମ୍‌ପି ହୋଇଥିବା ସୁପ୍ରିୟୋ ଏଥର ଟଲିଗଞ୍ଜରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Share