Categories: ଜାତୀୟ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଦୁଇ ଏସ୍‌ଏସ୍‌ସି ଅଫିସର ଗିରଫ

କୋଲକାତା,୧୦।୮: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ବୁଧବାର ଦୁଇ ସ୍କୁଲ ସର୍ଭିସ୍‌ କମିଶନ (ଏସ୍‌ଏସ୍‌ସି) ଅଫିସରଙ୍କୁ ଗିରଫ କରିଛି। ଏସ୍‌ଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ଶାନ୍ତି ପ୍ରସାଦ ସିହ୍ନା ଏବଂ ଅଶୋକ ଶାହାଙ୍କୁ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି। ଦୁଇ ଅଫିସର ଶିକ୍ଷକ ନିଯୁକ୍ତି ଆଇନ୍‌ର ଉଲଂଘନ କରିବା ସହ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ଥିବା ବ୍ୟକ୍ତିବିଶେଷ ଏବଂ ନିଜ ପରିଚିତଙ୍କୁ ଚାକିରିରେ ରଖୁଥିବା ସିବିଆଇ ପକ୍ଷରୁ କୁହାଯାଇଛି। ନିଯୁକ୍ତି ପତ୍ରରେ ଆଞ୍ଚଳିକ କମିଶନଙ୍କର ଜାଲ ଦସ୍ତଖତ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଚାକିରି ଲାଗି ସ୍ବତନ୍ତ୍ର ପରୀକ୍ଷା କରାଯାଉଥିଲେ ସୁଦ୍ଧା ବିଭାଗର ଓ୍ବେ୍‌ସାଇଟ୍‌ରେ କୌଣସି ଆବେଦନକାରୀଙ୍କ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯାଉ ନ ଥିଲା। ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କ ନିକଟକୁ ନୋଟିସ୍‌ ଜାରି କରିଛି।

Share