Categories: ଜାତୀୟ

ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କେନ୍ଦ୍ର ମନ୍ତ୍ରୀ

କୋଲକାତା,୩୦।୩: ପଶ୍ଚିମବଙ୍ଗର ଟୋଲିଗଞ୍ଜ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବେ ଚର୍ଚ୍ଚାରେ ଅଚନ୍ତି। କୋଲକାତାରେ ଥିବା ପାର୍ଟି କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ବିବାଦ ଘେରକୁ ଆସିଛନ୍ତି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଏହି ଏକ ଭିଡିଓରେ ଗାୟକ ତଥା ଭାଜପା ନେତା ବାବୁଲ ସୁପ୍ରିୟୋ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିବାର ନଜର ଆସିଛନ୍ତି, ଯିଏ ବାରମ୍ବାର ଟିଭି କ୍ୟାମେରା ଆଗରେ ଆସିବା ଏବଂ ସାକ୍ଷାତକାର ଦେବା ପରିବର୍ତ୍ତେ ଏହି ଅଞ୍ଚଳରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ କହୁଛନ୍ତି।
ପରେ ସୁପ୍ରିୟୋ ସଫେଇ ଦେଇ କହିଛନ୍ତି ଯେ, ସେ ତାଙ୍କୁ ଚାପୁଡ଼ା ମାରି ନାହାଁନ୍ତି ବରଂ କେବଳ ଏପରି କରିବା ପାଇଁ ଛଳନା କରିଛନ୍ତି। ଏହି ଘଟଣା ଗତ ରବିବାର ଟୋଲିଗଞ୍ଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଣିକୁଥୀ ଅଞ୍ଚଳରେ ଥିବା ଭାଜପା କାର୍ଯ୍ୟାଳୟରେ ଘଟିଛି । ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ସୁପ୍ରିୟୋଙ୍କ ଦ୍ୱାରା ଚାପୁଡ଼ା ମାରିଥିବା ବ୍ୟକ୍ତି ତୃଣମୂଳ କଂଗ୍ରେସର ନା ଜଣେ ଭାଜପା ସଦସ୍ୟ ତାହା ଦଳ ଜାଣିବାକୁ ଚାହୁଁଛି। ସୂଚନାଯୋଗ୍ୟ, ଏଥର ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧ ରେ ହେବ।

Share