Posted inଜାତୀୟ

ଭାଜପା ସରକାରକୁ ଆସିଲେ ଜୋତା ଚାଟିବ ପୋଲିସ

କୋଲକତା,୨୫।୧୧: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଆରୋପପ୍ରତ୍ୟାରୋପ ଲାଗି ରହିଛି। ପଶ୍ଚିମବଙ୍ଗର ଭାଜପା ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ପଶ୍ଚିମବଙ୍ଗ ସରକାର ଏବଂ ପୋଲିସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜୁ କହିଛନ୍ତି, ପଶ୍ଚିମବଙ୍ଗରେ ପୋଲିସ ଗୁଣ୍ଡାରାଜକୁ ରୋକିବା ପାଇଁ ମମତା ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ଯଦି ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସେ ତେବେ ପୋଲିସକୁ ଜୋତା ଚାଟିବାକୁ ବାଧ୍ୟ କରିବ। ଦୁର୍ଗାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜୁ ବାନାର୍ଜୀ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ, ଆଜିକାଲି ପଶ୍ଚିମବଙ୍ଗରେ କଣ ଘଟୁଛି ଦେଖନ୍ତୁ? ରାଜ୍ୟରେ ଗୁଣ୍ଡାରାଜ ଜାରି ରହିବ କି? ପୋଲିସ କୌଣସି ପ୍ରକାରେ ସାହାଯ୍ୟ କରୁନାହିଁ। ଏପରି ପୋଲିସ ସହିତ କ’ଣ କରିବା ଉଚିତ୍‌? ଆମେ ସେମାନଙ୍କୁ ଜୋତା ଚଟାଇବୁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ରାଜୁ ବାନାର୍ଜୀ ଏକ ସାଧାରଣ ସଭାରେ ଭାଜପା ନେତା ଓ ଶ୍ରମିକଙ୍କ ହତ୍ୟା ମାମଲା ଉଠାଇଥିଲେ। ରାଜ୍ୟ ସରକାରଙ୍କ ଉପରେ ବର୍ଷି ସେ କହିଛନ୍ତି ଯେ ଭାଜପା କାଉନସିଲରଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି ଏବଂ ପୋଲିସ କାହାକୁ ଗିରଫ କରିପାରିବ ନାହିଁ। ଯଦି ଆମେ ଚାହଁିବୁ ତେବେ ରାଜ୍ୟର ସମସ୍ତ ପୋଲିସ ଷ୍ଟେଶନକୁ ଧ୍ୱଂସ କରିଦେବୁ, ଏହା ଏକ ମିନିଟ ଲାଗିବ। ସବୁ ପୋଲିସ ଷ୍ଟେଶନ ଧ୍ୱଂସ ହେବ ଏବଂ ପୋଲିସ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ବସିବ। ପୋଲିସ କର୍ମଚାରୀମାନେ ତୃଣମୂଳ କଂଗ୍ରେସର ଦଲାଲ ଏବଂ ଚାମ୍‌ଚା ପାଲଟିଛନ୍ତି ବୋଲି ରାଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri