Categories: ଜାତୀୟ

ପଶ୍ଚିମବଙ୍ଗ, ଆସାମରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ବଢିଲା ଭୋଟ ହାର

କୋଲକାତା/ଗୁଆହାଟି,୨୭।୩: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିଥିଲା। ପଶ୍ଚିମବଙ୍ଗରେ ୭୯.୭୯ ପ୍ରତିଶତ ଏବଂ ଆସାମରେ ୭୨.୩୦ ପ୍ରତିଶତ ଭୋଟିଂ ହୋଇଛି। ଉଭୟ ରାଜ୍ୟର ୧.୫୪ କୋଟିରୁ ଅଧିକ ଭୋଟର ପରବର୍ତ୍ତୀ ସରକାର ଗଠନ କରିବା ନେଇ ମତଦାନ କରିଛନ୍ତି। ପଶ୍ଚିମବଙ୍ଗରେ ୩୦ ଏବଂ ଆସାମରେ ୪୭ ଆସନ‌ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି।

Share