ଓ୍ବେଷ୍ଟ ବ୍ୟାଙ୍କରେ ଉତ୍ତେଜନା, ଗାଜା ଉଗ୍ରବାଦୀଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୫ ରକେଟ ମାଡ଼…

ଜେରୁଜେଲମ,୫।୭ : ବୁଧବାର ସକାଳେ ଗାଜାରେ ଉଗ୍ରବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ପାଞ୍ଚଟି ରକେଟ ମାଡ଼ କରିଛନ୍ତି। ଇସ୍ରାଏଲର ଆଇରନ ଡୋମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାର ପାଲଟା ଜବାବ ଦେଇଥିଲା ଏବଂ ସମସ୍ତ ରକେଟକୁ ପ୍ରତିରୋଧ କରାଯାଇଥିଲା। ଇସ୍ରାଏଲ ସେନା ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ଏହି ରକେଟଗୁଡିକ ଗାଜା ଏବଂ ସୀମାନ୍ତ ପାଲେଷ୍ଟାଇନ ଅଞ୍ଚଳରେ ଥିବା ସେଡେରୋଟ ସହରରେ ମାଡ଼ ହୋଇଥିଲା। ରକେଟ ମାଡ଼ ପୂର୍ବରୁ ସୁରକ୍ଷା ପାଇଁ ସାଇରନ ବାଜି ଉଠିଥିଲା। ସୋସିଆଲ ମିଡିଆରେ ଭିଡିଓରେ ଭାଇରାଲ ହୋଇଥିବା ଏକ ଫୁଟେଜରେ ସ୍ଥାନୀୟ ବାସିନ୍ଦା ଆଶ୍ରୟ ସନ୍ଧାନରେ ଦୌଡୁଥିବାର ନଜର ଆସିଛନ୍ତି। ଆହତ କିମ୍ବା କ୍ଷୟକ୍ଷତିର କୌଣସି ଖବର ମିଳି ନାହିଁ ବୋଲି ସିହ୍ନୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

ଇସ୍ରାଏଲ ସୈନ୍ୟ ଏକ ବିବୃତ୍ତିରେ ନିଶ୍ଚିତ କରିଛନ୍ତି ଗାଜା ଅଞ୍ଚଳର ୫ ଟି ରକେଟ ଲଞ୍ଚ କରାଯାଇଥିବା ଚିହ୍ନଟ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସଫଳତାର ସହ ସମସ୍ତ ରକେଟ ଉତକ୍ଷେପଣକୁ ବାଧା ଦେଇଛି।

ଇସ୍ରାଏଲ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ତିକ୍ତତା ମଧ୍ୟରେ ଏହି ରକେଟ ଆକ୍ରମଣ ହୋଇଛି।

Share