ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ସୁପରହିଟ୍‌ ହୋଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍‌, ସଲମାନ୍‌ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ସହିତ ଜଡ଼ିତ ଏକ କଥା କହିବୁ, ଯାହା ଜାଣିଲେ ଚକିତ ହେବେ। ଏହି ଫିଲ୍ମରେ ଅମୀର ଏବଂ ସଲମାନ୍‌ ଏକାଠି କାମ କରିଥିଲେ। ଏଥିରେ ଅମୀର, ସଲମାନଙ୍କ ବ୍ୟତୀତ କରିସ୍ମା କପୁର ଏବଂ ରବୀନା ଟଣ୍ଡନ ମୁଖ୍ୟ ଭୂମିକାରେ ଥିଲେ। ଏକ ସାକ୍ଷାତକାରରେ ରବୀନା କହିଛନ୍ତି, ଫିଲ୍ମ ଶୁଟିଂ ସମୟରେ ଅମୀର ଏବଂ ସଲମାନ୍‌ ଦୁହେଁ ଦୁହିଁଙ୍କ ସହ କଥା ହେଉ ନ ଥିଲେ। ଏପରିକି ସେ ଏବଂ କରିସ୍ମା ମଧ୍ୟ ପରସ୍ପର ମଧ୍ୟରେ କଥା ହେଉ ନ ଥିଲେ। ରବୀନା କୁହନ୍ତି, ଏହି ଫିଲ୍ମ ଶୁଟିଂ ସମୟରେ ଯେତିକି ମଜା ହୋଇଥିଲା, ସେତିକି ସମସ୍ୟା ବି ଉପୁଜିଥିଲା। ଶୁଟିଂ ସେଟ୍‌ରେ କେହି କାହା ସହ କଥା ହେଉ ନ ଥିଲୁ। ସମସ୍ତଙ୍କ ଭିତରେ ଝଗଡ଼ା ଚାଲିଥିଲା। ଖାଲି ଏତିକି ନୁହେଁ, ଫିଲ୍ମର କ୍ଲାଇମେକ୍ସ ସିନ୍‌ ଶୁଟିଂ ସମୟରେ ଏକ ଖୁଣ୍ଟରେ ଦୁଇ ଅଭିନେତ୍ରୀଙ୍କୁ ବାନ୍ଧି ଦେଇଥିଲେ ରାଜ୍‌ ଜୀ। ତାଙ୍କୁ ଧମକ ବି ଦିଆଯାଇଥିଲା ଯେପର୍ଯ୍ୟନ୍ତ ଦୁଇଜଣ କଥା ନ ହେବେ ସେତେବେଳ ଯାଏ ତାଙ୍କୁ ଖୋଲାଯିବ ନାହିଁ। ଯେତିକି ସିନ୍‌ ଥାଏ ସେତିକି କଥା ପରେ ବନ୍ଦ। କିନ୍ତୁ ଏହି ଫିଲ୍ମ କେମିତି ହେଲା ତାହା ଆମକୁ ଜଣା ନ ଥିଲା। ଫିଲ୍ମଟି ରିଲିଜ୍‌ ପରେ ଏତେ ହିଟ୍‌ ହୋଇଥିଲା ସମସ୍ତେ ଆମକୁ ଭଲ ଅଭିନେତ୍ରୀ ଅଭିନେତା ଭାବେ ଗ୍ରହଣ କରିନେଇଥିଲେ। ଆଉ ଏକ ଖାସ୍‌ କଥା ହେଲା, ରବୀନା ଏହି ଫିଲ୍ମ ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଖି ନାହାନ୍ତି। ଭାଗ ଭାଗ କରି ଦେଖିଛନ୍ତି। ଯାହା ଶୁଣି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ବିଲ୍ଲି ବିଲ୍ଲି ଗୀତର ଟିଜର

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଏବେ ଦର୍ଶକଙ୍କୁ ଇଦ ଭେଟି ଦେବାକୁ ଯାଉଛନ୍ତି ଭାଇଜାନ । ଚଳିତ ବର୍ଷ ସଲମାନ ଇଦରେ...

ଏକାଥରକେ ୭ଟି ଓସ୍କାର ଆୱାର୍ଡ ହାତେଇ ଇତିହାସ ରଚିଲା ଏହି ଫିଲ୍ମ

ମୁମ୍ବାଇ: ୯୫ ତମ ଓସ୍କାର ଆୱାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ତେବେ ଏହି ଓସ୍କାର ଆୱାର୍ଡରେ ହଲିଉଡ ଫିଲ୍ମ...

ବ୍ରାଇଡାଲ୍‌ ଲୁକ୍‌ରେ ନଜର ଆସିଲେ ଆଲିଆ, ପ୍ରଶଂସକ ପଚାରିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବ୍ରାଇଡାଲ୍‌ ଲୁକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ସେ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେବେଠାରୁ ଏହା ସୋସିଆଲ...

କଳାକାରଙ୍କ ମହଙ୍ଗା ଉପହାର: କାହାକୁ ଘର ତ ଆଉ କାହାକୁ ବିଏମ୍‌ଡବ୍ଲ୍ୟୁ କାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ନିକଟରେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ୪ଟି ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି।...

ଇଦ୍‌ରେ ଆସିବ ‘ରାଧେ’

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ ୨୦୨୦ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏନେଇ ସଲମାନ୍‌ଙ୍କ ଫ୍ୟାନ୍‌ମାନେ ସୋସିଆଲ ମିଡ଼ିଆରେ ପ୍ରଚାର...

ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଶେୟାର କଲେ କୋହଲି: ମାତ୍ର ଘଣ୍ଟାଏରେ ୨୩ ଲକ୍ଷ ୟୁଜର୍ସ କଲେ ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକା ଦୁଇ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନୁଷ୍କା...

ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତା

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ରଣବୀର କପୁର ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବା...

ବିବାହ ବନ୍ଧନରେ ଅକ୍ଷୟ, ଡାକ୍ତରାଣୀଙ୍କ ଧରିଲେ ହାତ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଧାରାବାହିକ ପାଣ୍ଡ୍ୟା ଷ୍ଟୋର ଅଭିନେତା ଅକ୍ଷୟ ଖରୋଦିୟା। ପ୍ରେମିକା ତଥା ପେସାରେ ଡାକ୍ତର ଥିବା ଦିବ୍ୟା ପୁନେଥାଙ୍କ...

Advertisement
Archives

Model This Week