ତଳକୁ ଖସିଛୁ

୨୦୨୧ରେ ମୁଁ ‘ପ୍ରାଇସ୍‌ ଅଫ୍‌ ଦି ମୋଦି ଇୟର୍ସ’ ନାମକ ଏକ ବହି ଲେଖିଥିଲି। ଏହାର ଗୋଟିଏ ଅଧ୍ୟାୟରେ ମୁଁ ବିଭିନ୍ନ ବିଶ୍ୱସ୍ତରୀୟ ସୂଚକାଙ୍କ ଉପରେ ଭାରତର ସ୍ଥିତିକୁ ତୁଳନା କରିଥିଲି। ସେହି ସବୁ ସୂଚକାଙ୍କରେ ୨୦୧୪ ପରଠାରୁ ଭାରତ ଉନ୍ନତି କରିଛି ନା ସମାନ ସ୍ତରରେ ରହିଛି କିମ୍ବା ଖରାପ ସ୍ଥିତିରେ ଅଛି, ତାହା ନିଶ୍ଚିତ ହେବା ପାଇଁ ସେଗୁଡ଼ିକୁ ଅନୁସରଣ କରି ଆସୁଥିଲି। ତେବେ ଭାରତ ଏସବୁ ଦିଗରେ ଉନ୍ନତି କରିଛି ନା ତଳକୁ ଖସିଛି କିମ୍ବା ସମାନ ସ୍ଥିତିରେ ଅଛି ତାହା ଜଣାଇବାକୁ ମୁଁ ପର୍ଯ୍ୟାୟକ୍ରମେ ପଛ ତଥ୍ୟକୁ ଦର୍ଶାଇବାକୁ ଯାଉଛି। ତେବେ ୨୦୨୪ ଶେଷ ହେବାକୁ ଯାଉଥିବାବେଳେ ଆଜିର ସ୍ତମ୍ଭରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରୁଛି। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ମାନବ ବିକାଶ ସୂଚକାଙ୍କ ସମ୍ଭାବ୍ୟ ଆୟୁଷ, ଶିକ୍ଷା ଏବଂ ଜାତୀୟ ଆୟ ଉପରେ ଅନୁଧ୍ୟାନ କରେ। ଏହି ସୂଚକାଙ୍କରେ ୨୦୧୪ରେ ଭାରତ ୧୩୦ ସ୍ଥାନରେ ଥିଲା ଏବଂ ଏବେ ୧୩୪ରେ ରହିଛି। ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ର ଗଣତନ୍ତ୍ର ସୂଚକାଙ୍କ ଦେଶରେ ନାଗରିକ ସ୍ବାଧୀନତା, ବିଭିନ୍ନ ସମ୍ପ୍ରଦାୟର ସହାବସ୍ଥାନ, ରାଜନୈତିକ ସଂସ୍କୃତି ଓ ଭାଗୀଦାରି ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରିଥାଏ। ଏଥିରେ ୨୦୧୪ରେ ଭାରତର ର଼୍ୟାଙ୍କ୍‌ ଥିଲା ୨୭ ଏବଂ ବର୍ତ୍ତମାନ ୪୭ରେ ଅଛି, ଅର୍ଥାତ୍‌ ୨୦ଟି ସ୍ଥାନ ତଳକୁ ଖସିଛି। ଏହା ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ଶ୍ରେଣୀଭୁକ୍ତ କରାଯାଇଛି।
ସିଭିକସ୍‌ ଦେଶର ଜାତୀୟ ନାଗରିକ କ୍ଷେତ୍ର ବିଶେଷକରି ସଂଗଠନ ସ୍ବାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ଅଭିବ୍ୟକ୍ତି ସ୍ବାଧୀନତାର ମୂଲ୍ୟାଙ୍କନ କରେ। ୨୦୧୭ରେ ଭାରତର ସ୍ବାଧୀନତା ‘ଅବରୋଧିତ’ ଶ୍ରେଣୀରେ ଥିଲା ଏବଂ ଏବେ ‘ଦମିତ’ ଦର୍ଶାଯାଇଛି। ଏହାର କାରଣ ହେଉଛି, ଭାରତର ନାଗରିକ କ୍ଷେତ୍ରରେ ଅବନତି ଅତ୍ୟନ୍ତ ଉଦ୍‌ବେଗଜନକ। ଲୋଓ୍ବି ଇନ୍‌ଷ୍ଟିଚ୍ୟୁଟର ଏସିଆ ପାୱାର ଇଣ୍ଡେକ୍ସ ଅର୍ଥନୀତି, କୂଟନୀତି, ସାମରିକ କ୍ଷମତା, ବାଣିଜ୍ୟ, ଭବିଷ୍ୟତ ଧାରା, ସାଂସ୍କୃତିକ ଆଧାରରେ ଜାତୀୟ ଶକ୍ତିର ପ୍ରଭାବ ଉପରେ ଅନୁଧ୍ୟାନ କରେ। ଲୋଓ୍ବି ଇନ୍‌ଷ୍ଟିଚ୍ୟୁଟ ଅନୁଯାୟୀ, ୨୦୨୦ରେ ୪୦ ପଏଣ୍ଟ ସୀମା ତଳକୁ ଖସିବା ସହ ୨୦୨୧ ଏବଂ ୨୦୨୨ରେ ଏହା ଆହୁରି ହ୍ରାସ ପାଇ ଭାରତ ‘ପ୍ରମୁଖ ଶକ୍ତି’ ମାନ୍ୟତା ହରାଇଥିଲା। ଏହା ୨୦୨୪ରେ ମଧ୍ୟ ୪୦ରୁ କମ୍‌ ରହିଛି। ଫ୍ରିଡମ୍‌ ହାଉସର ଫ୍ରିଡମ୍‌ ଇନ୍‌ ଓ୍ବାଲର୍‌ଡ ଓ୍ବାନ ଆଇନର ଶାସନ, ରାଜନୈତିକ ବହୁମୁଖିତା ଓ ନିର୍ବାଚନ, ସରକାରଙ୍କ କାର୍ଯ୍ୟକାରିତା, ନାଗରିକ ସ୍ବାଧୀନତା, ଅଭିବ୍ୟକ୍ତି ସ୍ବାଧୀନତା, ସଙ୍ଗଠନ ଓ ସମାବେଶ ଏବଂ ବ୍ୟକ୍ତିଗତ ଅଧିକାର ସମ୍ପର୍କରେ ଅନୁଧ୍ୟାନ କରିଥାଏ। ଏହା ୧୦୦ ନମ୍ବରରୁ ମୂଲ୍ୟାଙ୍କନ କରିଥାଏ। ୨୦୧୪ରେ ଭାରତକୁ ୧୦୦ରୁ ୭୭ ମିଳିଥିଲା ଏବଂ ‘ସ୍ବାଧୀନ’ ବର୍ଗରେ ରହିଥିଲା। ବର୍ତ୍ତମାନ ୬୬/୧୦୦ମୂଲ୍ୟାଙ୍କନ କରାଯାଇଛି ଏବଂ ବିଭିନ୍ନ କାରଣରୁ ଭାରତକୁ ‘ଆଂଶିକ ସ୍ବାଧୀନ’ ଶ୍ରେଣୀଭୁକ୍ତ କରାଯାଇଛି।
ଓ୍ବାଲର୍‌ଡ ଜଷ୍ଟିସ ପ୍ରୋଜେକ୍ଟର ଆଇନର ଶାସନ ସୂଚକାଙ୍କ ଦେଶର ଅପରାଧ, ନାଗରିକ ନ୍ୟାୟ ବ୍ୟବସ୍ଥା, ମୌଳିକ ଅଧିକାର, ସରକାରୀ କ୍ଷମତା ଉପରେ ପ୍ରତିବନ୍ଧକ, ଦୁର୍ନୀତିମୁକ୍ତ ସ୍ଥିତି, ସ୍ବଚ୍ଛ ସରକାର, ବ୍ୟବସ୍ଥା ଓ ସୁରକ୍ଷା ଏବଂ ନିୟାମକ ପ୍ରବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥାଏ। ଏଥିରେ ୨୦୧୪ରେ ଭାରତ ୬୬ ସ୍ଥାନରେ ଥିଲା ଏବଂ ୨୦୨୨ରେ ତଳକୁ ଖସି ୭୭ରେ ଏବଂ ୨୦୨୪ରେ ୭୯ ସ୍ଥାନରେ ଅଛି। ମୌଳିକ ଅଧିକାର ଏବଂ ଆପରାଧିକ ନ୍ୟାୟ ବ୍ୟବସ୍ଥା ମଧ୍ୟ ଭଲ ନାହିଁ। ମିଳିତ ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟ୍‌ୱର୍କର ଓ୍ବାଲର୍‌ଡ ହାପିନେସ୍‌ ରିପୋର୍ଟ ମୁଖ୍ୟତଃ ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦ, ସାମାଜିକ ସମର୍ଥନ, ସୁସ୍ଥ ଜୀବନର ଆଶା, ଜୀବନ ଜିଇବାର ସ୍ବାଧୀନତା, ଉଦାରତା, ଦୁର୍ନୀତି ଏବଂ ଅନ୍ୟାୟର ଧାରଣା ଉପରେ ସମୀକ୍ଷା କରେ। ୨୦୧୪ ଭାରତ ୧୧୧ସ୍ଥାନରେ ଥିଲା ଓ ଏବେ ୧୨୬କୁ ଖସି ଆସିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ଗ୍ଲୋବାଲର କରପ୍‌ସନ ପର୍ସେପ୍‌ସନ ଇଣ୍ଡେକ୍ସ ଦେଶର ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତିକୁ ଅନୁଧ୍ୟାନ କରିଥାଏ। ୨୦୧୪ରେ ଭାରତ ୮୫ ସ୍ଥାନରେ ଥିଲାବେଳେ ଏବେ ୯୩କୁ ଖସିଥିବା ଦେଖାଯାଇଛି। ହେରିଟେଜ୍‌ ଫାଉଣ୍ଡେଶନ ଗ୍ଲୋବାଲ୍‌ର ଇକୋନୋମିକ ଫ୍ରିଡମ୍‌ ଇଣ୍ଡେକ୍ସ ଆଇନର ଶାସନ, ସରକାରୀ ବ୍ୟବସ୍ଥା, ନିୟାମକ ଦକ୍ଷତା ଏବଂ ମୁକ୍ତ ବଜାର ଉପରେ ମୂଲ୍ୟାଙ୍କନ କରେ। ୨୦୧୪ରେ ଭାରତର ର଼୍ୟାଙ୍କ ଥିଲା ୧୨୦ ଏବଂ ପରେ ଏହା ୧୨୬କୁ ଖସି ଆସିଛି। ବ୍ୟାପକ ରାଜନୈତିକ ଦୁର୍ନୀତି, ଦୁର୍ନୀତି ବିରୋଧୀ ଆଇନର କମ୍‌ ପ୍ରଭାବ, ଏକ ପ୍ରଭାବୀ କାର୍ଯ୍ୟକାରୀ ନ୍ୟାୟିକ ଢାଞ୍ଚା ବିନା ଦୀର୍ଘମିଆଦୀ ଆର୍ଥିକ ବିକାଶର ଭିତ୍ତିଭୂମି ଦୁର୍ବଳ ହେବା ଯୋଗୁ ଏଭଳି ଘଟିଛି। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥାର ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୨୦୧୪ରେ ୭୬ ଦେଶ ମଧ୍ୟରେ ଭାରତ ୫୫ ସ୍ଥାନରେ ଥିଲା ଏବଂ ଏବେ ୧୨୭ ଦେଶ ମଧ୍ୟରେ ୧୦୫ରେ ଅଛି। ୧୩%ରୁ ଅଧିକ ଭାରତୀୟ ଅପପୁଷ୍ଟିର ଶିକାର ହୋଇଛନ୍ତି। ୫ ବର୍ଷ ବୟସରୁ କମ୍‌ ୩୭% ପିଲାଙ୍କର ବୟସ ଅନୁପାତରେ ଉଚ୍ଚତା କମ୍‌ ରହିଥିବାବେଳେ ୧୮%ଙ୍କର ଉଚ୍ଚତା ଅନୁସାରେ ଓଜନ କମ୍‌ ରହିଛି।
କିନ୍ତୁ କ୍ଷୁଧା ସୂଚକାଙ୍କ ତଥ୍ୟକୁ ଭାରତ ତ୍ରୁଟିପୂର୍ଣ୍ଣ ଦର୍ଶାଇବା ସହ ଏହା ଦେଶର ବାସ୍ତବ ସ୍ଥିତିକୁ ପ୍ରକାଶ କରି ନ ଥିବା କହିଛି। ସମାନ ଭାବେ ସରକାର ଅନ୍ୟ ସୂଚକାଙ୍କଗୁଡ଼ିକରେ ଭାରତ ତଳକୁ ଖସିଥିବା ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ, ପକ୍ଷପାତି ଓ ତ୍ରୁଟିପୂର୍ଣ୍ଣ କହି ଗ୍ରହଣ କରିନାହିଁ। କେତେକ ସୂଚକାଙ୍କ ସମ୍ପର୍କରେ ଏହା କୌଣସି ପ୍ରତିକ୍ରିୟା ରଖିନାହିଁ। ମୋଦିଙ୍କ ପ୍ରଥମ ପାଳିରେ ଭାରତ ଯେତେବେଳେ ବିଶ୍ୱବ୍ୟାଙ୍କର ଇଜି ଅଫ୍‌ ଡୁଇଂ ବିଜ୍‌ନେସ୍‌ରେ ଉପରକୁ ଉଠିଲା ସେତେବେଳେ ଏହା ଉତ୍ତମ ସରକାରର ସଫଳତା ବୋଲି ଉତ୍ସବ ପାଳନ କରାଗଲା। କିନ୍ତୁ ୨୦୧୮ରେ ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣିବା ସକାଶେ ହେରଫେର ହେଉଥିବା ଜଣାପଡ଼ିବା ପରେ ଏହି ସୂଚକାଙ୍କ ବନ୍ଦ ହୋଇଗଲା। ବଡ଼ କଥା ହେଲା, ଏକ ଦଶନ୍ଧି କିମ୍ବା ଏହାଠାରୁ ଅଧିକ ସମୟ ଧରି ଯେଉଁମାନେ ସୂଚକାଙ୍କ ତଥ୍ୟଗୁଡ଼ିକୁ ଦେଖି ଆସୁଛନ୍ତି, ସେମାନେ ହିଁ ଶେଷରେ କହିପାରିବେ, ସରକାରଙ୍କ ସହ ଜଡ଼ିତ ପ୍ରମୁଖ ସୂଚକାଙ୍କଗୁଡ଼ିକରେ ବିଫଳ ହୋଇ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri