ତରଭୁଜ ଚାଷ ଦେଖିବାକୁ ଯାଇଥିଲେ, ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ

ଭବାନୀପାଟଣା,୨୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ସାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ତରଭୁଜ କିଆରୀରେ ଚାଷ ଦେଖୁଥିବାବେଳେ ହଟାତ ବଜ୍ରପାତ ଘଟି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ୨ ଭାଇ ହେଲେ କଲମପୁର ବ୍ଲକ ମିନଗୁର ପଞ୍ଚାୟତ ମାଟିଖାଲ ଗ୍ରାମର ଭଜମନ ଦଳପତି ଓ ପଙ୍କଜ ଦଳପତି। ବଜ୍ରପାତରେ ୨ ଭାଇଙ୍କ ଅକାଳ ମୃତ୍ୟୁ ଖବର ଶୁଣି ପରିବାରବର୍ଗ ଦୁଃଖରେ ଭାଙ୍ଗିପଡିଛନ୍ତି। ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଅନ୍ୟପକ୍ଷେ ଖବର ପାଇ ସ୍ଥାନୀୟ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।