Categories: ଜାତୀୟ

ଦେଶକୁ ବଞ୍ଚାଇବାକୁ ହେଲେ ଏକାଠି ହେବାକୁ ପଡ଼ିବ: ତେଜସ୍ବୀ

ନୂଆଦିଲ୍ଲୀ/ପାଟନା,୧୬।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ୨୦୨୪ ମିଶନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ତେଜସ୍ବୀ ବିରୋଧୀ ନେତାମାନଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି। ଗତ କିଛି ମାସ ମଧ୍ୟରେ ତେଜସ୍ବୀ ବିଭିନ୍ନ ବିରୋଧୀ ଦଳର ଶୀର୍ଷ ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିସାରିଛନ୍ତି। ଗତ ମଙ୍ଗଳବାର ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ଭେଟି ବର୍ତ୍ତମାନର ସାମାଜିକ, ରାଜନୈତିକ ଓ ଆର୍ଥତ୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାଜପା ସରକାର ରାଷ୍ଟ୍ରାୟତ୍ତ ସେକ୍ଟର ୟୁନିଟ୍‌, ଦେଶର ସମ୍ବଳ ଓ ଜାତୀୟ ସମ୍ପତ୍ତିକୁ ପୁଞ୍ଜିପତିମାନଙ୍କ ନିକଟରେ ବନ୍ଧା ପକାଇଛି। ଦେଶକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ତେଜସ୍ବୀ ଟୁଇଟ୍‌ କରି କହିଛନ୍ତି।

Share