Categories: ଖେଳ

ସତବୀରଙ୍କୁ ଭବ୍ୟ ସ୍ବାଗତ

ମାଲକାନଗିରି/କାଲିମେଳା,୧୧ା୧ (ଦୁର୍ଯ୍ୟୋଧନ ପାତ୍ର/ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସତବୀର ସିଂ । ସେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ପରେ ସେ ବୁଧବାର ନିଜ ଗ୍ରାମକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ୨ଟି ଟେଷ୍ଟ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ ଖେଳିଥିଲା। ଏଥିରେ ସତବୀର ମ୍ୟାନେଜର ଦାୟିତ୍ୱ ତୁଲାଇଥିଲେ। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ ଭାରତୀୟ ଦଳ ଇତିହାସ ରଚିଥିଲା। ଫଳରେ ସିରିଜ୍‌ ଡ୍ର ରହିଥିଲା। ଦକ୍ଷିଣ ଆଫ୍ରିକା ଗସ୍ତପରେ ନିଜ ଜନ୍ମମାଟିକୁ ପେରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍‌ ଟିମ୍‌ର ମ୍ୟାନେଜର ସତବୀର। ସେ ଏଠାରେ ପହଞ୍ଚବାପରେ ସମର୍ଥକ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ଓ ସାଙ୍ଗସାଥୀମାନେ ବିରାଟ ଶୋଭାଯାତ୍ରା କରି ଫୁଲମାଳ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଲୋକଙ୍କ ଭଲପାଇବା ଦେଖି ଭାବ ବିହ୍ବଳ ହୋଇ ପଡିଥିଲେ ସତବୀର।

Share