Categories: ଖେଳ

ଚିନ୍ମୟୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୪ା୮,(ବିଜୟ ରଣା): କାନାଡାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଓ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଚିନ୍ମୟୀ ଭୂୟଁାଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚିନ୍ମୟୀ ଭୁବନେଶ୍ୱର ସହାରାଞ୍ଚଳ ପୋଲିସ ଜିଲାରେ କାର୍ଯ୍ୟରତ। ସେ ୬୦କେଜି ବର୍ଗ ବିଶିଷ୍ଟ ଏକକ ଫାଇଟ୍‌ କରାଟେ ବର୍ଗରେ ଅଂଣଗ୍ରହଣ କରିଥିଲେ। ଭୁବନେଶ୍ୱର ଫେରିବା ପରେ ଚିନ୍ମୟୀଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ଇନ୍ସପେକ୍ଟର ଏଲ୍‌. ବିଜୟରନତ୍ମ, ପୋଲିସ କନେଷ୍ଟବଳ ଓ ହାବିଳଦାର ସଂଘ ସଭାପତି ମହମ୍ମଦ କୁଦିସ, ରିଜର୍ଭ ପୋଲିସ କ୍ରୀଡ଼ା ଅଧିକାରୀ ଏସ୍‌.କେ. ସକାବତ ଅଲିଙ୍କ ସମେତ ଉତ୍କଳ କରାଟେ ସ୍କୁଲର ଅନେକ ଜାତୀୟ, ଅନ୍ତର୍ଜାତୀୟ ଖେଳାଳି ଏବଂ ଚିନ୍ମୟୀଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ପୋଲିସ ବ୍ୟାଣ୍ଡ୍‌ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବିମାନ ବନ୍ଦର ପରେ ଚିନ୍ମୟୀଙ୍କୁ ପ୍ରଥମେ ଉତ୍କଳ କରାଟେ ସ୍କୁଲ ଏବଂ ପରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନାଯୋଗ୍ୟ, ଚିନ୍ମୟୀ ଉତ୍କଳ କରାଟେ ସ୍କୁଲର ଜଣେ ଛାତ୍ରୀ।

 

Share