Categories: ଫୁରସତ

୪୦ ବର୍ଷର ବୟସ ବ୍ୟବଧାନ, ତଥାପି ଜବରଦସ୍ତ କେମେଷ୍ଟ୍ରୀ

ପ୍ରେମ ନା ବୟସ ଦେଖେ, ନା ଜାତି, ନା ଧର୍ମ। ସେଥିପାଇଁ ତ ଜଣେ କେବେ, କେଉଁଠି, କେତେବେଳେ ଆଉ କାହା ପ୍ରେମରେ ପଡେ ଜାଣିପାରେନା। ସେଭଳି ଏକ ପ୍ରେମଯୁଗଳଙ୍କ କାହାଣୀ ଏବେ ଚର୍ଚ୍ଚାରେ। ‘ଦ କିଙ୍ଗ ଆଣ୍ଡ କୁଇନ୍‌ ଅଫ୍‌ ବ୍ଲାକ୍‌ଜ୍ୟାକ୍‌’ ନାମରେ ଜଣାଶୁଣା ଏହି ପ୍ରେମୀଯୁଗଳଙ୍କ ମଧ୍ୟରେ ୪୦ ବର୍ଷର ବ୍ୟବଧାନ ରହିଛି। ଲୋକେ ଏହି ଯୋଡ଼ିକୁ ଏକାଠି ଦେଖି ମଜା ଉଡାଇଥାନ୍ତି। ହେଲେ ଏହାର କିଛି ଫରକ ସେମାନଙ୍କ ଉପରେ ପଡେନାହିଁ। ସେମାନେ ପରସ୍ପରକୁ ବହୁତ ଭଲପାଇବା ସହ ଜୀବନକୁ ଭରପୂର ଉପଭୋଗ କରୁଛନ୍ତି।

ଟିକ୍‌ଟକରେ ‘@cowboy.and.angel’ ନାମରେ ପରିଚିତ ଯୋଡ଼ି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ହଜାର ହଜାର ଲୋକ ତାଙ୍କୁ ଫଲୋ କରିଥାନ୍ତି। ଫଟୋ ଏବଂ ଭିଡିଓରୁ ଉଭୟଙ୍କ ବୟସାଗତ ତଫାତ ସ୍ପଷ୍ଟ ବାରି ହୋଇପଡେ। ଅନେକ ଏହାକୁ ନେଇ ତାଙ୍କୁ ସମାଲୋଚନା କରିଥାନ୍ତି। କେହି କେହି ଏହାକୁ ଅଜବ ପ୍ରେମର ଗଜବ କାହାଣୀ ବୋଲି ଅବିହିତ କରୁଛନ୍ତି।

ତେବେ ଟିଣ୍ଡରରେ ପରସ୍ପରକୁ ଭେଟିଥିଲେ ଏହି ଯୋଡ଼ି। ଧିରେ ଧିରେ ସେମାନେ ପ୍ରେମରେ ପଡ଼ିଥିଲେ। ହେଲେ ଯୁବତୀଙ୍କଠାରୁ ତାଙ୍କ ପ୍ରେମିକ ବୟସରେ ବହୁତ ବଡ଼ ଥିବାରୁ ଲୋକେ ପ୍ରେମକୁ ଗ୍ରହଣ କରିପାରି ନ ଥିଲେ। ଫଳରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏସବୁକୁ ଖାତିର ନ କରି ଏହି ଯୋଡ଼ି ଏବେ ବେଶ ଖୁସି ଅଛନ୍ତି।

Share