ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକେଇ, ଅଭିଯୋଗ ପରେ ମାପ ଓ ଓଜନ ବିଭାଗ ଚଢ଼ାଉ କରି…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ସାଇକୃପା ପେଟ୍ରୋଲ ପମ୍ପରେ ବୁଧବାର ଦିନ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତଦନ୍ତ କରାଯାଇଛି। ବିଭାଗର ଯୁଗ୍ମ ନିୟନ୍ତ୍ରକ ସୁରସେନ ଜାନି, ନୀରିକ୍ଷିକା ଦୀପାରାଣୀ ସ୍ବାଇଁ, ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଏସଆଇ ରାଜ କିଶୋର ପାତ୍ର ସଦଳବଳେ ପହଞ୍ଚି ପ୍ରଥମେ ପେଟ୍ରୋଲ ପମ୍ପର ସିଲ୍‌ ଗୁଡିକର ସଠିକତା ଯାଞ୍ଚ କରିବା ପରେ କିଛି ଗ୍ରାହକଙ୍କ ଉପସ୍ଥିତିରେ ଏକ ସ୍ବଚ୍ଛ ଜାରକୁ ୫ ଲିଟର ପେଟ୍ରୋଲ ବାହାର କରି ମେସିନ ପ୍ରଦର୍ଶିତ ପରିମାଣ ସହ ଜାରର ପରିମାଣ ମଧ୍ୟରେ ସାମଞ୍ଜସ୍ୟ ନେଇ ତନଖି କରାଯାଇଥିଲା। ତେବେ ସେହି ସମୟରେ ଉଭୟ ମେସିନ ଓ ଜାରର ମାପ ପ୍ରାୟତଃ ଠିକ ଥିବା ଜଣାପଡିଥିଲା। ପରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହୃଦୟ ରଞ୍ଜନ ମେକାପଙ୍କ ସମେତ ପ୍ରାକ୍ତନ ସଭାପତି ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ ଏବଂ ହରପ୍ରସାଦ ରଥ ସେଠାରେ ପହଞ୍ଚି ଯୁଗ୍ମ ନିୟନ୍ତ୍ରକଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ତେବେ କେତେକ କାରଣ ଯୋଗୁ ବେଳେବେଳେ ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ପ୍ରଦାନ ସମୟରେ ଅତି ନଗଣ୍ୟ ପରିମାଣରେ ତାରତମ୍ୟ ଦେଖାଯିବା ସ୍ବାଭାବିକ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ତଥାପି ଗ୍ରାହକଙ୍କ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ଗୁଡିକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବାକୁ ଓକିଲ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସାଇକୃପା ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ପେଟ୍ରୋଲ ପ୍ରଦାନ ସମୟରେ ପରିମାଣରେ ଠକେଇ କରାଯାଉଥିବା ନେଇ ଗତ ଶୁକ୍ରବାର ଅଭିଯୋଗ ହୋଇଥିଲା। ଜଣେ ଗ୍ରାହକ ସନ୍ଦେହରେ ୩ ଲିଟର ପେଟ୍ରୋଲ ଏକ ଜାରରେ କିଣି ମାପ କରିବା ସମୟରେ ଅଧା ଲିଟର କମ ଥିବା ଦେଖାଯାଇଥିଲା। ଫଳରେ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଶନିବାର ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ନିକଟରେ ଏହି ଖବର ପହଞ୍ଚିବା ପରେ ସଂଘ ପକ୍ଷରୁ ଏଭଳି ଘଟଣାର ତୁରନ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ନିରୀକ୍ଷକଙ୍କ ସମେତ ଦିଗପହଣ୍ଡି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri