ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ ପାଇଁ ବେଶ ଶୁଭ ରହିପାରେ। ଏହି ରାଶିର ବ୍ୟକ୍ତିମାନଙ୍କୁ କ୍ୟାରିୟରରେ ଉନ୍ନତି ସହ ଚାକିରିରେ ପ୍ରମୋସନ ଓ ଦରମା ବୃଦ୍ଧିର ସୁଯୋଗ ମିଳିପାରେ। ଏହାସହ ଅଚାନକ ଧନଲାଭ ଏବଂ ବଡ଼ ଡିଲ ଫାଇନାଲ ହେବାର ଯୋଗ ମଧ୍ୟ ରହିଛି।
ମିଥୁନ ରାଶି ପାଇଁ ସେପ୍ଟେମ୍ବରର ଏହି ସପ୍ତାହ ଖାସ ରହିପାରେ। ବ୍ୟବସାୟ କ୍ଷେତ୍ରରେ କୌଣସି ବଡ଼ ଡିଲ ଫାଇନାଲ ହେବାର ଶୁଭ ସଙ୍କେତ ରହିଛି। ଏହି ସମୟରେ ଆପଣ କୌଣସି ମୂଲ୍ୟବାନ ସାମଗ୍ରୀ କିଣିପାରନ୍ତି। ଚନ୍ଦ୍ର ରାଶି ଅନୁସାରେ ରାହୁ ନବମ ଭାବରେ ଥିବାରୁ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି। ଦରମା ବୃଦ୍ଧିର ମଧ୍ୟ ଯୋଗ ରହିଛି।
ବିଛା ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ଅନେକ ଦିଗରୁ ଭଲ ରହିପାରେ। ଗ୍ରହଙ୍କ ସ୍ଥିତି ଓ ଦୃଷ୍ଟି ଯୋଗୁଁ ଧନଲାଭର ସମ୍ଭାବନା ରହିଛି। ଚନ୍ଦ୍ର ରାଶି ଅନୁସାରେ ଗୁରୁ ନବମ ଭାବରେ ଥିବାରୁ ଦୀର୍ଘଦିନ ଧରି ଅଟକିଥିବା ଟଙ୍କା ଫେରିପାଇପାରନ୍ତି। କ୍ୟାରିୟରରେ ମଧ୍ୟ କୌଣସି ଭଲ ଖବର ମିଳିପାରେ।
କୁମ୍ଭ ରାଶି ପାଇଁ ଏହି ସପ୍ତାହ ଆର୍ଥିକ ଦୃଷ୍ଟିରୁ ଭଲ ରହିପାରେ। ଦରମା ବୃଦ୍ଧିର ଶୁଭ ଯୋଗ ରହିଛି। ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ, ନଚେତ୍ ବଜେଟ ବିଗିଡ଼ିପାରେ। ସାବଧାନତାର ସହ ଚାଲିଲେ ଆର୍ଥିକ ଦିଗରୁ ଏହି ସପ୍ତାହ ଲାଭଦାୟକ ହୋଇପାରେ। କ୍ୟାରିୟରରେ ମଧ୍ୟ ନୂଆ ସୁଯୋଗ ମିଳିପାରେ।
ମୀନ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ଏହି ସପ୍ତାହରେ ମଜବୁତ ହୋଇପାରେ। ଚନ୍ଦ୍ର ରାଶି ଅନୁସାରେ ଗୁରୁ ପଞ୍ଚମ ଭାବରେ ଥିବାରୁ ଧନ ସଞ୍ଚୟ କରିବାରେ ସଫଳ ହୋଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ। କାର୍ଯ୍ୟାଳୟରେ ଚାଲିଥିବା ରାଜନୀତିରୁ ଦୂରେଇ ରହିବା ଭଲ। ଦୀର୍ଘଦିନ ଧରି ଅଟକିଥିବା ପ୍ରମୋସନ ଓ ଇନକ୍ରିମେଣ୍ଟ ମିଳିବାର ପ୍ରବଳ ସମ୍ଭାବନା ରହିଛି।