ଗଣେଶ ପୂଜାଠାରୁ ୫ ରାଶିର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଏହି ୭ ରାଶି ପାଇଁ ଖରାପ! ଜାଣନ୍ତୁ ସାପ୍ତାହିକ ରାଶିଫଳ

ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ଆସନ୍ତା ୧୪ରୁ ୨୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିପାରେ। ସପ୍ତାହର ଆରମ୍ଭରେ ଅନେକ ରାଶିଙ୍କ ପାଇଁ ମାହୋଲ ଭଲ ରହିବ। ତେବେ ୧୬ରୁ ୧୮ ସେପ୍ଟେମ୍ବର ମଧ୍ୟରେ ମନ କିଛିଟା ଭାବପ୍ରବଣ ହେବା ସହ ରାଗ ଓ ଚିଡ଼ଚିଡ଼ାପଣ ବଢ଼ିପାରେ। ତେଣୁ ବଡ଼ ନିଷ୍ପତ୍ତି ନେବାବେଳେ ଧୈର୍ଯ୍ୟ ରଖିବା ଜରୁରୀ।

ମେଷ : ଏହି ସପ୍ତାହର ଆରମ୍ଭ ଆପଣଙ୍କ ପାଇଁ ଭଲ ରହିବ। ଲୋକଙ୍କ ସହ ମିଳାମିଶା ଓ ଆଲୋଚନା ସହଜ ହେବ ଏବଂ ସମ୍ପର୍କରେ ମଧୁରତା ରହିବ। ତେବେ ୧୬ ସେପ୍ଟେମ୍ବର ପାଖାପାଖି ମନ କିଛିଟା ଭାବପ୍ରବଣ ହୋଇପାରେ। ଏହି ସମୟରେ ଭାବନାରେ ପଡ଼ି କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଘର ହେଉ କି କାର୍ଯ୍ୟକ୍ଷେତ୍ର, ଏହି ସପ୍ତାହରେ ଅନ୍ୟମାନଙ୍କ ସହଯୋଗ ଆପଣଙ୍କୁ ଅଧିକ ଦରକାର ହୋଇପାରେ। ମନରେ କଥା ଚାପି ନରଖି ନିଜ ମତ ସ୍ପଷ୍ଟ ଭାବେ କୁହନ୍ତୁ। ସପ୍ତାହର ଶେଷ ଭାଗରେ ନୂଆ କିଛି ଶିଖିବା କିମ୍ବା କେଉଁଠି ବୁଲିବାର ସୁଯୋଗ ମିଳିପାରେ। ଘରେ ମତଭେଦ ହେଲେ ତୁରନ୍ତ ପ୍ରତିକ୍ରିୟା ନଦେଇ ଶାନ୍ତ ରୁହନ୍ତୁ।

ବୃଷ: ଏହି ସପ୍ତାହରେ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରଖିବା ଜରୁରୀ। ସପ୍ତାହର ଆରମ୍ଭରେ ସହକର୍ମୀଙ୍କ ସହଯୋଗରେ କାମ ସମୟରେ ଶେଷ ହେବ। ମଝିରେ ଜୀବନସାଥୀ କିମ୍ବା କୌଣସି ଖାସ୍‌ ବ୍ୟକ୍ତିଙ୍କ ସହ ଭାବପ୍ରବଣ ଆଲୋଚନା ହୋଇପାରେ। ଏଭଳି ସମୟରେ ନିଜ ମତ ଅନ୍ୟଙ୍କ ଉପରେ ଥୋପିବା ବଦଳରେ ସେମାନଙ୍କୁ ଟିକେ ସ୍ପେସ ଦିଅନ୍ତୁ। ସପ୍ତାହର ଶେଷରେ ପୁରୁଣା ପ୍ରତିଶ୍ରୁତି ଓ ଯୌଥ ଅର୍ଥର ହିସାବକୁ ନେଇ ଚିନ୍ତା ହୋଇପାରେ। ସୃଜନଶୀଳ କାମ କରୁଥିଲେ ଭଲ ସଫଳତା ମିଳିବ।

ମଥୁନ: ସପ୍ତାହର ଆରମ୍ଭ ଆପଣଙ୍କ ପାଇଁ ଉତ୍ସାହଜନକ ରହିବ। ରୋମାନ୍ସ ସହ ନୂଆ କିଛି କରିବାର ଇଚ୍ଛା ବଢ଼ିବ। ଏହାପରେ ଅଫିସ କିମ୍ବା କାମର ଚାପ ବଢ଼ିପାରେ। ତେଣୁ ବ୍ୟସ୍ତତା ମଧ୍ୟରେ ନିଦ ଓ ଖାଦ୍ୟପେୟକୁ ଅବହେଳା କରନ୍ତୁ ନାହିଁ।
ସପ୍ତାହର ଦ୍ୱିତୀୟ ଭାଗରେ ପାର୍ଟନରସିପ ଓ ପରିବାର ସମ୍ପର୍କିତ ପ୍ରସଙ୍ଗ ଆସିପାରେ। ଘରେ ମତଭେଦ ହେଲେ ତାହାକୁ ବଢ଼ାଇବା ବଦଳରେ ଶାନ୍ତିରେ ସମାଧାନ କରନ୍ତୁ।

କର୍କଟ: ଘର-ପରିବାର ସମ୍ପର୍କିତ କୌଣସି ଭଲ ଖବର ଏହି ସପ୍ତାହରେ ମିଳିପାରେ। ଆରମ୍ଭରେ ଘରର ପରିବେଶ ଶାନ୍ତ ରଖନ୍ତୁ ଏବଂ ଛୋଟ କଥାକୁ ବଡ଼ କରନ୍ତୁ ନାହିଁ। ସପ୍ତାହ ମଝିରେ ଆପଣଙ୍କ ଚିନ୍ତାଧାରା ଓ ସୃଜନଶୀଳତା ଭଲ ରହିବ, ହେଲେ ମନ କିଛିଟା ଭାବପ୍ରବଣ ହୋଇପାରେ। ଆଗକୁ ସ୍ବାସ୍ଥ୍ୟ, ଖାଦ୍ୟପେୟ ଓ ଦୈନନ୍ଦିନ ରୁଟିନ ଉପରେ ଧ୍ୟାନ ଦେବା ଲାଭଦାୟକ ହେବ। କେହି କିଛି କହିଲେ ତୁରନ୍ତ ମନକୁ ନିଅନ୍ତୁ ନାହିଁ। ଆପଣଙ୍କ ପରିଶ୍ରମର ଫଳ ଦେଖିବାକୁ ମିଳିବ।

ସିଂହ: ଛୋଟ ଯାତ୍ରା, ମିଟିଂ ଓ ଲୋକଙ୍କ ସହ ଆଲୋଚନା ପାଇଁ ସପ୍ତାହଟି ଭଲ ରହିବ। କାମ ସମ୍ପର୍କିତ କଥା ଖୋଲାଖୋଲି ଭାବେ କୁହନ୍ତୁ। ମଝିରେ ଜମିବାଡ଼ି କିମ୍ବା ପରିବାରର କୌଣସି ପୁରୁଣା ପ୍ରସଙ୍ଗ ଚିନ୍ତା ବଢ଼ାଇପାରେ। ତେବେ ଶେଷ ଭାଗରେ ପରିସ୍ଥିତି ହାଲୁକା ହେବ। ଏହି ସପ୍ତାହରେ ବଜେଟ ଓ ଖର୍ଚ୍ଚ ଉପରେ ବିଶେଷ ନଜର ରଖନ୍ତୁ। ଅପ୍ରୟୋଜନୀୟ ଖର୍ଚ୍ଚ ବଢ଼ିପାରେ। ପରିବାର ସଦସ୍ୟଙ୍କଠାରୁ କୌଣସି କଥା ଲୁଚାନ୍ତୁ ନାହିଁ।

କନ୍ୟା ରାଶି: ଏହି ସପ୍ତାହରେ ଅର୍ଥ ସମ୍ପର୍କିତ ମାମଲାରେ ସତର୍କ ରହିବା ଦରକାର। ଅନାବଶ୍ୟକ ଖର୍ଚ୍ଚରେ ତୁରନ୍ତ ରୋକ ଲଗାନ୍ତୁ। କାହା ସହ କଥା ହେବା ସମୟରେ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ, ନଚେତ ଅଜାଣତରେ କାହାର ମନ ଦୁଃଖ ହୋଇପାରେ। ସପ୍ତାହର ଶେଷ ଦିନଗୁଡ଼ିକରେ ପରିବାର ଓ ନିଜକୁ ଉନ୍ନତ କରିବା ଉପରେ ଧ୍ୟାନ ରହିବ। ଆତ୍ମବିଶ୍ୱାସ ବଢ଼ିବ ଏବଂ ବଡ଼ ଦାୟିତ୍ୱକୁ ମଧ୍ୟ ସହଜରେ ସମ୍ଭାଳିପାରିବେ।

ତୁଳା: ସପ୍ତାହର ଆରମ୍ଭ ବେଶ ପଜିଟିଭ ରହିବ। ଆପଣଙ୍କ କଥାରେ ପ୍ରଭାବ ରହିବ ଏବଂ ଲୋକେ ଆପଣଙ୍କ କଥା ଧ୍ୟାନ ଦେଇ ଶୁଣିବେ। ମଝିରେ ଅଯଥା ଖର୍ଚ୍ଚ ଓ ଶପିଂରୁ ଦୂରେଇ ରୁହନ୍ତୁ। ନୂଆ ଚିନ୍ତାଧାରା ଓ ଲୋକଙ୍କ ସହ ଆଲୋଚନା ମାଧ୍ୟମରେ ଆଗକୁ ବଢ଼ିବାର ନୂଆ ରାସ୍ତା ଖୋଲିପାରେ। କୌଣସି ବଡ଼ ନିଷ୍ପତ୍ତି ନେବାକୁ ଥିଲେ ହଠାତ୍‌ ନନେଇ ଭଲ ଭାବେ ଚିନ୍ତା କରନ୍ତୁ। ଆପଣଙ୍କ ଆକର୍ଷଣ ଓ କଥାବାର୍ତ୍ତା ଶୈଳୀ ସମ୍ପର୍କକୁ ଆହୁରି ମଜବୁତ କରିବ।

ବିଛା: ଏହି ସପ୍ତାହରେ ପ୍ରଥମେ ନିଜ ମନକୁ ଶାନ୍ତ ରଖନ୍ତୁ। ଅଧିକ ଦୌଡ଼ାଦୌଡ଼ିରୁ ବିରତି ନେବା ଆବଶ୍ୟକ। ମଝିରେ ଭାବନା ଅଧିକ ହୋଇପାରେ। ତେଣୁ ରାଗ କିମ୍ବା ତରବରିଆ ଭାବେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।
ପରେ ଆତ୍ମବିଶ୍ୱାସ ଫେରିବ ଏବଂ ଆର୍ଥିକ ସ୍ଥିତି ସୁଧାରିବା ଉପରେ ଧ୍ୟାନ ରହିବ। ବନ୍ଧୁ ଓ ପରିଚିତଙ୍କ ସହଯୋଗରୁ କାମରେ ଲାଭ ମିଳିପାରେ। ପୁରୁଣା ଯୋଜନାର ଫଳ ପାଇଁ ଟିକେ ଅପେକ୍ଷା କରନ୍ତୁ।

ଧନୁ: ସପ୍ତାହର ଆରମ୍ଭରେ ନୂଆ ଲୋକଙ୍କ ସହ ମିଳିବା ଏବଂ ନିଜ ସାମାଜିକ ପରିସର ବଢ଼ାଇବାର ସୁଯୋଗ ମିଳିବ। ମଝିରେ କିଛି ସମୟ ଏକୁଟିଆ ରହି ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ। ଏହାପରେ ଆପଣଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିବ। କାମ, କ୍ୟାରିୟର ଓ ସାମାଜିକ ପ୍ରତିଷ୍ଠା ଉପରେ ଧ୍ୟାନ ରହିବ। ଅଫିସରେ କେହି ସମାଲୋଚନା କଲେ ତାହାକୁ ନେଇ ତର୍କ କରନ୍ତୁ ନାହିଁ। ଘରର ବୟସ୍କଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପକାରୀ ହୋଇପାରେ।

ମକର: ଏହି ସପ୍ତାହରେ କାମ ଓ ଅଫିସରେ ଦାୟିତ୍ୱ ଉପରେ ଅଧିକ ଧ୍ୟାନ ରହିବ। କାମର ଚାପ ବଢ଼ିପାରେ, ହେଲେ ଆପଣଙ୍କ ପରିଶ୍ରମ ମଧ୍ୟ ନଜରକୁ ଆସିବ। ସହକର୍ମୀ କିମ୍ବା ବନ୍ଧୁଙ୍କ ସହ କଥା ହେବାବେଳେ ସଂଯମ ରଖନ୍ତୁ।
ସପ୍ତାହର ଶେଷରେ ଆଗାମୀ ଯୋଜନା କରିବା, ନୂଆ କିଛି ଶିଖିବା କିମ୍ବା ଯାତ୍ରା କରିବାର ସୁଯୋଗ ମିଳିପାରେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପାର୍ଟନର କିମ୍ବା ସିନିୟରଙ୍କ ସହ ମତଭେଦ ହେଲେ ଶାନ୍ତିରେ ଆଲୋଚନା କରି ସମାଧାନ କରନ୍ତୁ।

କୁମ୍ଭ: ସପ୍ତାହର ଆରମ୍ଭରେ ନୂଆ କିଛି ଶିଖିବା, ପାଠପଢ଼ା କିମ୍ବା ଛୋଟ ଯାତ୍ରାର ସୁଯୋଗ ମିଳିପାରେ। ନୂଆ ଚିନ୍ତାଧାରା ଓ ଜ୍ଞାନ ଆପଣଙ୍କୁ ଆକର୍ଷିତ କରିବ। ମଝିରେ କାମ କିମ୍ବା ବ୍ୟବସାୟର ଚାପ ବଢ଼ିପାରେ। ସପ୍ତାହର ଶେଷରେ ବନ୍ଧୁ ଓ ସହକର୍ମୀଙ୍କ ସମର୍ଥନ ମିଳିବ। ତେବେ ଯୌଥ ଭାବେ ଟଙ୍କା ଲଗାଇବା କିମ୍ବା ନିବେଶ କରିବା ପୂର୍ବରୁ ଭଲ ଭାବେ ଭାବନ୍ତୁ। ବିନା ଚିନ୍ତାରେ ବଡ଼ ରିସ୍କ ନେବାରୁ ଦୂରେଇ ରୁହନ୍ତୁ।

ମୀନ: ଏହି ସପ୍ତାହରେ ଟଙ୍କା ନେଣଦେଣ ଓ ପାର୍ଟନରସିପ ସମ୍ପର୍କିତ ମାମଲାରେ ସତର୍କ ରହନ୍ତୁ। ଯୌଥ ଅର୍ଥ ସମ୍ପର୍କିତ ବିଷୟରେ ଆଖିବୁଜି କାହାକୁ ବିଶ୍ୱାସ କରନ୍ତୁ ନାହିଁ। ସପ୍ତାହ ମଝିରେ ଆଧ୍ୟାତ୍ମିକତା, ପୂଜାପାଠ ଓ ଆତ୍ମଚିନ୍ତନ ପ୍ରତି ଆଗ୍ରହ ବଢ଼ିବ। ସପ୍ତାହର ଶେଷ ଭାଗରେ କାମ, ଚାକିରି ଓ ଦାୟିତ୍ୱ ଉପରେ ଧ୍ୟାନ ବଢ଼ିବ। ଅଫିସ୍ର ସହକର୍ମୀ ଓ ପାର୍ଟନରଙ୍କ ସହ ସମନୱୟ ରଖନ୍ତୁ। ପୁରୁଣା ଯୋଜନାକୁ ପୁଣିଥରେ ଯାଞ୍ଚ କରି ଯେଉଁଠି ଭୁଲ ରହିଛି, ତାହା ସୁଧାରନ୍ତୁ। ଘରେ କୌଣସି କଥା ବିଗିଡ଼ିଲେ ତୁରନ୍ତ ରାଗିବା ବଦଳରେ ଶାନ୍ତ ରହିବା ଭଲ।

Dharitri – Odisha’s No.1 Odia Daily

Share