Categories: ଫୁରସତ

ଏମିତି ବିବାହ ଡ୍ରେସ୍‌ ତିଆରି କରି ଚର୍ଚ୍ଚାରେ ଯୁବତୀ, ଦେଖିଲେ କରିବେ ପ୍ରଶଂସା

ବିବାହ ସମୟରେ ପ୍ରତ୍ୟେକ ଯୋଡ଼ି ଚାହିଁଥାନ୍ତି ତାଙ୍କ ଡ୍ରେସ୍‌ ସବୁଠୁ ସୁନ୍ଦର ହେଉ। ସମସ୍ତଙ୍କ ନଜର ତାଙ୍କ ଉପରେ ରହୁ। ଏଥିପାଇଁ ବହୁ ଦାମୀ ଡ୍ରେସ୍‌ ଏହି ଖାସ୍‌ ଦିନରେ ହିଁ ପିନ୍ଧିଥାନ୍ତି। ମାତ୍ର ଜାପାନର ଜଣେ ଯୁବତୀ ନିଜ ବିବାହ ପାଇଁ ଏମିତି ଡ୍ରେସ୍‌ ତିଆରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ଆପଣ ମଧ୍ୟ ଏ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।


ଜାପାନରେ ରହୁଥିବା ଲିଲି ଟୈନ୍‌ ସିମେଣ୍ଟର ଖାଲି ଅଖାରେ ଓ୍ବେଡିଂ ଗାଉନ୍‌ ପ୍ରସ୍ତୁତ କରିଛନ୍ତି। ଏହି ଗାଉନ୍‌ ତିଆରି କରିବା ପାଇଁ ୪୦ଟି ସିମେଣ୍ଟ ଅଖାର ବ୍ୟବହାର କରାଯାଇଛି। ଲିଲି ପେସାରେ ଜଣେ କୃଷକ। ମାତ୍ର ଆଜିକାଲି କ୍ରିଏଟିଭିଟିକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ୨୮ ବର୍ଷୀୟା ଲିଲି ସିମେଣ୍ଟ ଅଖାରେ ଏମିତି ସୁନ୍ଦର ଗାଉନ୍‌ ତିଆରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି।
ଲିଲିଙ୍କ ଘର ମରାମତି କାମ ହେଉଥିଲା। ଘର ତିଆରି ପାଇଁ ଆସିଥିବା ସିମେଣ୍ଟ ସରିଯିବା ପରେ ତାଙ୍କର ଏକ ଆଇଡିଆ ଆସିଲା। ଯାହାକୁ ନେଇ ସେ ଏହି ସ୍ବତନ୍ତ୍ର ଗାଉନ ତିଆରି କରିଛନ୍ତି।


ଲିଲି ଫ୍ୟାଶନ ଡିଜାଇନ ପଢିଛନ୍ତି। ମାତ୍ର ପରିବାରକୁ ସହାୟତା କରିବାକୁ ଜମିବାଡ଼ିର ଦେଖାଶୁଣା କରୁଛନ୍ତି। ଫ୍ୟାଶନ ଡିଜାଇନ ଦକ୍ଷତାର ବ୍ୟବହାର ପାଇଁ ସେ ସିମେଣ୍ଟ ଅଖାରେ ଏକ ସୁନ୍ଦର ତଥା ଆକର୍ଷଣୀୟ ଗାଉନ ତିଆରି କରିଛନ୍ତି। ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଜରିଅଖାରେ ଡ୍ରେସ୍‌ ତିଆରି କରୁଥିଲେ ମାତ୍ର ଏହାକୁ ସେ ବିବାହ ଦିନ ପିନ୍ଧିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାର ଏକ ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share