Categories: ଫୁରସତ

ମାସ୍କରେ ତିଆରି ବିବାହ ଡ୍ରେସ୍‌, ଭାଇରାଲ ହେଉଛି କନ୍ୟାଙ୍କ ଫଟୋ

କରୋନା ମହାମାରୀ ପୂରା ବିଶ୍ୱରେ କାୟା ବିସ୍ତାର କରିଛି। ଏହି ଭାଇରସରୁ ବଞ୍ଚିବା ପାଇଁ ଲୋକେ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଏହା ମଧ୍ୟରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ଯେଉଁ ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇଛି, ସେହି ଦେଶରେ ମାସ୍କରୁ ମୁକ୍ତି ମିଳିଛି। ଇଂଲଣ୍ଡରେ ଫେସ୍‌ ମାସ୍କରୁ ଛୁଟି ମିଳିଛି। ଏଠାକାର ଜଣେ ଡିଜାଇନର ଫେସ୍‌ମାସ୍କ ବ୍ୟବହାର କରି ଏକ ସୁନ୍ଦର ବିବାହ ଡ୍ରେସ୍‌ ତିଆରି କରିଛନ୍ତି।

ଇଂଲଣ୍ଡରେ କରୋନା ମହାମାରୀ ଯୋଗୁ ଲାଗିଥିବା ପ୍ରତିବନ୍ଧକ ଦୁଇ ବର୍ଷ ପରେ ହଟା ଯାଇଛି। ଲୋକେ ଏଠାରେ ସ୍ବାଧୀନତା ଦିବସ ପାଳନ କରୁଛନ୍ତି। ଏଥିସହିତ ବିବାହ ଉପରୁ ପ୍ରତିବନ୍ଧକ ମଧ୍ୟ ହଟିଛି। ଲୋକେ ବିବାହକୁ ନେଇ ଏଠାରେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ମୌକାରେ ଜଣେ କନ୍ୟାଙ୍କ ପାଇଁ ଖୁବ୍‌ ସୁନ୍ଦର ବିବାହ ଡ୍ରେସ୍‌ ତିଆରି କରାଯାଇଛି। ଏଥିରେ ୧୫୦୦ ମାସ୍କ ବ୍ୟବହୃତ ହୋଇଛି।

ଟମ୍‌ ସିଲଭରଉଡ୍‌ ଦ୍ୱାରା ଡିଜାଇନ କରାଯାଇଥିବା ଏହି ଡ୍ରେସ୍‌କୁ ମଡେଲ ଜେମିମା ହ୍ୟାମ୍ବ୍ରୋ ପିନ୍ଧି ଲଣ୍ଡନରେ ସେଣ୍ଟ ପଲ କ୍ୟାଥେଡ୍ରଲ ପାଖରେ ଫଟୋ ଉଠାଇଛନ୍ତି। ଓ୍ବେଡିଂ ପ୍ଲାନର ଓ୍ବେବ୍‌ସାଇଟ୍‌ ହିଚେଡ୍‌ ଏହି ଡ୍ରେସ୍‌ ପାଇଁ ଅର୍ଥ ଦେଇଥିଲା। ଓ୍ବେବ୍‌ସାଇଟ୍‌ର ଏଡିଟର ସରାହ ଏଲାର୍ଡଙ୍କ କହିବା କଥା ଏହି କଥାକୁ ନେଇ ଆମେ ବହୁତ ଖୁସି। ଏବେ ବିବାହ ଋତୁ ଫେରିଆସିଛି।

ମାସ୍କରେ ଯେଉଁ ଡ୍ରେସ୍‌ ତିଆରି କରାଯାଇଛି ଏହାକୁ ଟିକେ ଆଖିଦୃଶିଆ ପାଇଁ ଡିସ୍‌ପୋଜାଲ୍‌ ପ୍ଲାଷ୍ଟିକ୍‌ ପିପିଇ ବ୍ୟବହାର କରାଯାଇଛି। ଏହି ଡ୍ରେସ୍‌ରେ କେବଳ ଧଳା ରଙ୍ଗର ମାସ୍କ ବ୍ୟବହାର କରାଯାଇଛି। ବର୍ତ୍ତମାନ ଏହି ଡ୍ରେସ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

Share