Posted inଫୁରସତ

ଏମିତି ବିବାହ ଡ୍ରେସ୍‌ ତିଆରି କରି ଚର୍ଚ୍ଚାରେ ଯୁବତୀ, ଦେଖିଲେ କରିବେ ପ୍ରଶଂସା

ବିବାହ ସମୟରେ ପ୍ରତ୍ୟେକ ଯୋଡ଼ି ଚାହିଁଥାନ୍ତି ତାଙ୍କ ଡ୍ରେସ୍‌ ସବୁଠୁ ସୁନ୍ଦର ହେଉ। ସମସ୍ତଙ୍କ ନଜର ତାଙ୍କ ଉପରେ ରହୁ। ଏଥିପାଇଁ ବହୁ ଦାମୀ ଡ୍ରେସ୍‌ ଏହି ଖାସ୍‌ ଦିନରେ ହିଁ ପିନ୍ଧିଥାନ୍ତି। ମାତ୍ର ଜାପାନର ଜଣେ ଯୁବତୀ ନିଜ ବିବାହ ପାଇଁ ଏମିତି ଡ୍ରେସ୍‌ ତିଆରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ଆପଣ ମଧ୍ୟ ଏ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।


ଜାପାନରେ ରହୁଥିବା ଲିଲି ଟୈନ୍‌ ସିମେଣ୍ଟର ଖାଲି ଅଖାରେ ଓ୍ବେଡିଂ ଗାଉନ୍‌ ପ୍ରସ୍ତୁତ କରିଛନ୍ତି। ଏହି ଗାଉନ୍‌ ତିଆରି କରିବା ପାଇଁ ୪୦ଟି ସିମେଣ୍ଟ ଅଖାର ବ୍ୟବହାର କରାଯାଇଛି। ଲିଲି ପେସାରେ ଜଣେ କୃଷକ। ମାତ୍ର ଆଜିକାଲି କ୍ରିଏଟିଭିଟିକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ୨୮ ବର୍ଷୀୟା ଲିଲି ସିମେଣ୍ଟ ଅଖାରେ ଏମିତି ସୁନ୍ଦର ଗାଉନ୍‌ ତିଆରି କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି।
ଲିଲିଙ୍କ ଘର ମରାମତି କାମ ହେଉଥିଲା। ଘର ତିଆରି ପାଇଁ ଆସିଥିବା ସିମେଣ୍ଟ ସରିଯିବା ପରେ ତାଙ୍କର ଏକ ଆଇଡିଆ ଆସିଲା। ଯାହାକୁ ନେଇ ସେ ଏହି ସ୍ବତନ୍ତ୍ର ଗାଉନ ତିଆରି କରିଛନ୍ତି।


ଲିଲି ଫ୍ୟାଶନ ଡିଜାଇନ ପଢିଛନ୍ତି। ମାତ୍ର ପରିବାରକୁ ସହାୟତା କରିବାକୁ ଜମିବାଡ଼ିର ଦେଖାଶୁଣା କରୁଛନ୍ତି। ଫ୍ୟାଶନ ଡିଜାଇନ ଦକ୍ଷତାର ବ୍ୟବହାର ପାଇଁ ସେ ସିମେଣ୍ଟ ଅଖାରେ ଏକ ସୁନ୍ଦର ତଥା ଆକର୍ଷଣୀୟ ଗାଉନ ତିଆରି କରିଛନ୍ତି। ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଜରିଅଖାରେ ଡ୍ରେସ୍‌ ତିଆରି କରୁଥିଲେ ମାତ୍ର ଏହାକୁ ସେ ବିବାହ ଦିନ ପିନ୍ଧିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାର ଏକ ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିନି ଶାକରପଟି ଭୋଗ ପରମ୍ପରା: ଜାଣନ୍ତୁ ଏହା କ’ଣ

ବରଗଡ଼,୨ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ। ତେବେ ଏହି ପର୍ବ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢି ଚାଲିଛି।…

ଦେଖନ୍ତୁ ଭୟଙ୍କର ଭିଡ଼ିଓ, ଆମେରିକା ଆକ୍ରଣରେ IRGC ମୁଖ୍ୟାଳୟ ଧ୍ୱଂସ,US ସେଣ୍ଟ୍ରାଲ କମାଣ୍ଡ କହିଲେ…

ଓ୍ବାଶିଂଟନ,୨।୩: ଆମେରିକା ଏକ ବଡ଼ ଆକ୍ରମଣରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ନିଶ୍ଚିତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM)…

ଗୋଟି ଗୋଟି ହିସାବ ନେବୁ…ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ଓ୍ବାଶିଂଟନ୍‌,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟ ତେହେରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି। ଆମେରିକା ସୈନ୍ୟବାହିନୀ…

ଯୁଦ୍ଧ ଭିତରେ ପ୍ରଥମେ UAE ପରେ ‘ବନ୍ଧୁ’ଙ୍କୁ ଫୋନ ଲଗାଇଲେ ମୋଦି, ଜାଣନ୍ତୁ କ’ଣ କଥା ହେଲେ

ନୂଆଦିଲ୍ଲୀ,୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ, ସେ ଏହି ଅଞ୍ଚଳରେ…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

୧୨ ଘଣ୍ଟାରେ ଇରାନ୍‌ର ୯୦୦ ଠିକଣାରେ ବୋମାମାଡ଼

ତେହରାନ୍‌ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍‌ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍‌ର ସାମରିକ…

ଆକ୍ରମଣ, ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାଙ୍କ ପ୍ରତିକ୍ରିୟା

ବ୍ରୁସେଲ୍ସ, ୨ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣ ଏବଂ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାମାନେ ମାପିଚୁପି ପ୍ରତିକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri