Posted inଫୁରସତ

ଦୁର୍ଗାପୂଜାରେ ଏସବୁ ରାଶିର ଚମକିବ ଭାଗ୍ୟ !

ନୂଆଦିଲ୍ଲୀ, ୨୧।୧୦: ଦୁର୍ଗାପୂଜା ଅବସରରେ ଶୁକ୍ର ମହାଗ୍ରହ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଅକ୍ଟୋବର ୨୩ରେ ଶୁକ୍ର ସିଂହ ରାଶି ତ୍ୟାଗ କରି କନ୍ୟା ରାଶିରେ ପ୍ରବେଶ କରିବେ। ଶୁକ୍ର ମହାଗ୍ରହ କନ୍ୟା ରାଶିରେ ୨୫ ଦିନ ପର୍ଯ୍ୟନ୍ତ ରହିବେ। ଶୁକ୍ର ହେଉଛନ୍ତି ଭୋଗ ବିଳାସ, ସୁଖ ସୁବିଧା ଏବଂ ପ୍ରେମ କାରକ ଗ୍ରହ। ତାଙ୍କର ପ୍ରଭାବରେ ରାଶି ଚକ୍ରର ସମସ୍ତ ରାଶି ପ୍ରଭାବିତ ହେବେ। ତେବେ ଶୁକ୍ରଙ୍କ କନ୍ୟା ରାଶିରେ ପ୍ରବେଶ ଯୋଗୁ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ମକର ଆଦି ୬ଟି ରାଶିର ଜାତକଙ୍କର ଭାଗ୍ୟ ଚମକିବ। ଶୁକ୍ର ବୃଷ ଏବଂ ତୁଳା ରାଶିର ଅଧିପତି ହୋଇଥିବାରୁ ଏସବୁ ରାଶି ଜାତକଙ୍କର ବିଦେଶ ଯାତ୍ରା, ଧନସମ୍ପତ୍ତି ଲାଭ, ପ୍ରେମ ପ୍ରଣୟରେ ସଫଳତା, ନୂଆ ଯାନବାହାନ କିଣିବା, ଲଟେରୀରେ ସଫଳତା ହାସଲ କରିବା ଆଦି ଯୋଗ ରହିଛି। ସେହିପରି ପାରିବାରିକ ଜୀବନ ଏସବୁ ଦୁଇ ରାଶି ଜାତକଙ୍କ ଶାନ୍ତି ଓ ପ୍ରେମମୟ ହୋଇ ଉଠିବ। ସେହିପରି ମିଥୁନ ଏବଂ କନ୍ୟା ରାଶିର ଅଧିପତି ହେଉଛନ୍ତି ବୁଧ। ବୁଧଙ୍କ ସହିତ ଶୁକ୍ରଙ୍କର ମିତ୍ର ସମ୍ପର୍କ ରହିଥିବାରୁ ଏସବୁ ଜାତକ ଜମିଜମା, ଶେୟାର ବଜାର, ଉଚ୍ଚଶିକ୍ଷା ଆଦିରେ ସଫଳତା ହାସଲ କରିବେ। କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର। ଶୁକ୍ର ଏବଂ ଚନ୍ଦ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାରୁ ଏହି ରାଶି ଜାତକଙ୍କୁ ବ୍ୟବସାୟରେ ସଫଳତା ମିଳିବ। ନୂତନ ଯାନବାହାନ କିଣିବାର ଅବସର ଜୁଟିବ। ମକର ରାଶିର ଅଧିପତି ହେଉଛନ୍ତି ଶନି। ଶୁକ୍ର ଏବଂ ଶନିଙ୍କ ମଧ୍ୟରେ ମିତ୍ର ସମ୍ପର୍କ ରହିଛି। ଏହି ରାଶିର ଜାତକଙ୍କୁ ଦୁର୍ଗାପୂଜା ଅବସରରେ ଭାଗ୍ୟରେ ପୂର୍ଣ୍ଣ ସହଯୋଗ ମିଳିବ। ପ୍ରତିଟି କାର୍ଯ୍ୟରେ ସଫଳତା ମିଳିବା ସହିତ ପ୍ରେମ ସମ୍ପର୍କ ପାଇଁ ସମୟ ଉପଯୋଗୀ ସାବ୍ୟସ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ କମୁଛି ସମୁଦ୍ର ଜଳ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ବଢୁଥିବା ସମୁଦ୍ର ଜଳ ଯୋଗୁ ସମଗ୍ର ବିଶ୍ୱ ଅସୁବିଧାରେ ପଡ଼ିଛି। ଏପରିକି ଅନେକ ସହରରେ ବୁଡ଼ିଯିବାର ଅବସ୍ଥା ମଧ୍ୟ ହୋଇଯାଇଛି। ନିକଟରେ ଆମେରିକାର ସ୍ପେସ୍‌ ଏଜେନ୍ସି...

ପ୍ରୋଗ୍ରାମ୍‌ ଟଙ୍କାରେ ନୃତ୍ୟାଭୂଷଣ କିଣିଥିଲି: ଲିଙ୍ଗରାଜ ସ୍ବାଇଁ

ମୋର ଜନ୍ମ ପୁରୀ ଜିଲାର କୋଣାର୍କଠାରେ। କୋଣାର୍କ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସ୍ଥାନୀୟ ଭଗବତୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଯାଏଁ ପାଠ...

ବିଚିତ୍ର ଫୁଲ

ଈଶ୍ୱର ଫୁଲଗୁଡ଼ିକୁ ଖୁବ୍‌ ସୁନ୍ଦର କରି ଗଢ଼ି ତୋଳିଛନ୍ତି। ଦୁନିଆରେ ଶହ ଶହ ପ୍ରକାରର ଫୁଲ ଫୁଟିଥାଏ। କିଛି ଫୁଲ ଏମିତି, ଯାହାକୁ ଦେଖିଲେ ଲୋକେ...

ପାଳଭୂତ…

ପାଳକୁଟାର ଶରୀରରେ ତା’ର ଚିରାଫଟା ପୋଷାକ। ମୁଣ୍ଡ ଭାବେ ଥାଏ ତା’ର ଏକ ମାଟିହାଣ୍ଡି ଅବା କଖାରୁ। ମଣିଷ ତାକୁ ନିଜର ପ୍ରତିରୂପ ଭାବେ ଗଢିଛି।...

ବିଶ୍ୱର ସବୁଠାରୁ ଦାମୀ କଙ୍କଡ଼ା: ମୂଲ୍ୟ ୩୨ ଲକ୍ଷ ୬୬ହଜାର

ପ୍ରାଚୀନ ସମୟର ବିରଳ ଜିନିଷର ନିଲାମ ହୋଇଥାଏ। ଏଥିପାଇଁ କୋଟି କୋଟି ଟଙ୍କାର ଡାକରା ହୁଏ। ବିଶ୍ୱରେ ଏମିତି ଅନେକ କୋଟିପତି ରହିଛନ୍ତି ଯେଉଁମାନଙ୍କର ପ୍ରାଚୀନ...

ସାବଧାନ! ଏହି ମାଛ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି...

ବିମାନ କମ୍ପାନୀ ପକ୍ଷରୁ ମହିଳାଙ୍କୁ ୧୩ ସୁଟ୍‌କେଶ

ତାଲାହାସି: ନିକଟରେ ବିମାନ ଉଡ଼ାଣ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଏକ ବ୍ୟାଗ୍‌ ବଦଳାଇବାରୁ ଏୟାରଲାଇନ୍ସ ପକ୍ଷରୁ ୧୩ଟି ଟ୍ରଲି ବ୍ୟାଗ୍‌ ମିଳିଥିବା ଜନୈକା ମହିଳା କହିଛନ୍ତି।...

ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ଅପରିହାର୍ଯ୍ୟ

ଶାନ୍ତି ଏବଂ ସହନଶୀତଳା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା।...

Advertisement
Archives

Model This Week