ଟାଟା ଗ୍ରୁପ ଉପରେ ତିଆରି ହେବ ୱେବ ସିରିଜ

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତାମାନେ ଏବେ ଯୋଜନା କରିଛନ୍ତି ଏକ ୱେବ ସିରିଜ ଟାଟା ଗ୍ରୁପ ଉପରେ ପ୍ରସ୍ତୁତ କରିବେ । ସମସ୍ତଙ୍କୁ ଜଣା ଟାଟା ବହୁତ ବଡ ଗ୍ରୁପ କେବଳ ଦେଶ କାହିଁକି ବିଦେଶରେ ବି ଏହା ଖୁବ୍ ଜଣାଶୁଣା । କୁହାଯାଏ ଯଦି ରତନ ଟାଟା ତାଙ୍କ ରୋଜଗାରର ଅଧିକାଂଶ ଭାଗ ଡୋନେଶନରେ ଦେଇ ନ ଥାଆନ୍ତେ ତେବେ ଆଜି ଟାଟା ଗ୍ରୁପ ପାଖରେ ଅମ୍ବାନୀଙ୍କଠାରୁ ବି ଅଧିକ ସମ୍ପତ୍ତି ଥାଆନ୍ତା । ଲକ୍ଷ-କୋଟି ଟଙ୍କାର ଟର୍ଣ୍ଣ ଓଭର ଥିବା ଏହି କମ୍ପାନୀର ଇତିହାସ ପାଖାପାଖି ୨୦୦ ବର୍ଷ ତଳର ବୋଲି କୁହାଯାଏ । କମ୍ପାନୀର ଏହି ଇତିହାସକୁ ୱେବ ସିରିଜ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବେ ନିର୍ମାତା । ମୋଶନ ପିକ୍‌ଚର୍ସ ଦ୍ୱାରା ଏହି ୱେବ ସିରିଜର ଶୁଟିଂ କରାଯିବ । ଏହାର ୩ଟି ସିଜନ ହେବ ଓ ଅଗାମୀ ୬-୭ ମାସ ପରେ ଏହାର ଶୁଟିଂ ଆରମ୍ଭ କରାଯିବ । ଏହାର ନିର୍ମାତା କହିଛନ୍ତି ଏହା ଏକ ଗୁରୁଦାୟିତ୍ୱ । ଏହାର ତଥ୍ୟକୁ ନେଇ କୌଣସି ରିସ୍କ ନିଆଯାଇ ନ ପାରେ । ସେଇଥିପାଇଁ ସମସ୍ତ ସୂଚନା ଭଲଭାବେ ଇନଫରମେଶନ କଲେକ୍ଟ କଲା ପରେ ଏହା ଉପରେ କାମ ଆରମ୍ଭ କରାଯିବ ।

ମୋଶନ ପିକଚର୍ସ ନିକଟରେ ଟାଟା ପରିବାରକୁ ନେଇ ସିନିୟର ଜର୍ଣ୍ଣାଲିଷ୍ଟ ଗିରିଶ କୁବେରଙ୍କ ପୁସ୍ତକର ରାଇଟ୍ସକୁ କ୍ରୟ କରି ସାରିଛନ୍ତଶ । କୁବେରଙ୍କ ପୁସ୍ତକ ‘ଦ ଟାଟାସ୍‌: ହାଓ ଏ ଫ୍ୟାମିଲି.. ବିଲ୍ଟ ଏ ବିଜନେସ୍ ଅଫ ଏ ନେଶନ’ । ଏଥିରେ ଟାଟା ପରିବାରର ୨୦୦ ବର୍ଷ ତଳର କାହାଣୀ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ଏବେ ଏହାର ପ୍ରିପଡକଶନ କାମ ଆରମ୍ଭ ହୋଇଛି ଏହାକୁ ନେଇ ଗବେଷଣା ବି ଆରମ୍ଭ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri