ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ଅମିତ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଅମିତ ଅନେକ ଗୁଜୁରାଟୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନିକଟରେ ସେ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ୱେବ ସିରିଜ୍‌ ବ୍ୟାଣ୍ଡିସ ବ୍ୟାଣ୍ଡିଟ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଅମିତଙ୍କ ଦେହାନ୍ତ ପରେ ସମଗ୍ର ସିନେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ତାରକା ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ (CINTAA) ମଧ୍ୟ ତାଙ୍କୁ ଟୁଇଟ୍‌ କରି ଟୁଇଟ୍‌ କରି ଶଦ୍ଧାଞ୍ଜଳି ଜଣାଇଛି। ଅମିତଙ୍କୁ ୟମଲା ପାଗଲା ଦିୱାନା, ମ ଜେଣ୍ଟେଲମ୍ୟାନ୍‌ ଏବଂ କ୍ୟାୟା କେହନା ଭଳି ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇଥିଲା।

Share