ସଙ୍କଟରେ ବୁଣାକାରଙ୍କ ଜୀବିକା

ରସୁଲପୁର,୪ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡ ପଞ୍ଚାୟତ ଗୋପାଳପୁର ଗାଁରେ ୧୭ଟି ସମିତି ଅଧୀନରେ ଥିବା ୧୫୦୦ ବୁଣାକାର ପରିବାରର ଜୀବିକା ସଙ୍କଟ ଭିତରକୁ ଠେଲି ହୋଇଯାଉଛି। ଟସରକୋଷା ଅଭାବରୁ ୩ ହଜାରରୁ ଊର୍ଦ୍ଧ୍ୱ ତନ୍ତଶାଳା ଠପ୍‌ ହୋଇଯାଇଛି। ଟସର ବସ୍ତ୍ର ପାଇଁ ବ୍ୟବହୃତ କଞ୍ଚାମାଲ ଯୋଗାଉଥିବା ରାଜ୍ୟ ଟସର ଓ ରେଶମ ଶିଳ୍ପ ମହାସଂଘ(ସେରିଫେଡ୍‌) ସଂସ୍ଥା ବୁଣାକାରଙ୍କୁ କୋଷା ଯୋଗାଇବାରେ ବିଫଳ ହେଉଛି। ଏଭଳି ସ୍ଥିତି ପ୍ରାୟତଃ ମାସାଧିକ କାଳ ଲାଗି ରହିଛି। ଏଭଳି ସ୍ଥିତି ସମ୍ପର୍କରେ ବୁଣାକାର ସମିତିଗୁଡ଼ିକ ପକ୍ଷରୁ ବୟନଶିଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ମାତ୍ର ବୁଣାକାରଙ୍କ ସମସ୍ୟା ସମାଧାନରେ ବିଭାଗ ଟାଳଟୁଳନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ତେଣୁ ଦୀର୍ଘଦିନ ଅପେକ୍ଷା ପରେ ବିଭିନ୍ନ ଦାବି ନେଇ ବୁଣାକାର ସମିତି, ବୁଣାକାର ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ପୁଣି ଥରେ ବୁଣାକାରଙ୍କ ଭୁବନେଶ୍ୱର ଚାଲ ଅଭିଯାନ ଆରମ୍ଭ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।
ବୁଣକାର ସମିତି, ସ୍ବୟଂସହାୟିକା ଗୋଷ୍ଠୀ, ମାଷ୍ଟର ବୁଣାକାର ଓ ସର୍ବୋପରି ବୁଣାକାର ସମ୍ମୁଖୀନ ହେଉଥିବା ୭ଦଫା ଦାବି ସମ୍ପର୍କରେ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଆସୁଛି। ବୁଣାକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଦାବି ମୁତାବକ, ୨୦୨୨ରେ ବୁଣାକାରଙ୍କୁ ସେରିଫେଡ୍‌ ପକ୍ଷରୁ ଟସରବସ୍ତ୍ର ପାଇଁ କଞ୍ଚାମାଲ ଭାବେ କୋଷା ପ୍ରଦାନ କରାଯାଇଥିଲା। ଉକ୍ତ କୋଷାଗୁଡ଼ିକ ବୁଣାକାରମାନେ ବର୍ଷ ଶେଷସୁଦ୍ଧା ସାରି ଦେଇଥିଲେ। ଏହାରି ଭିତରେ ୪ ମାସ ବିତିସାରିଲାଣି। ହେଲେ ଏଯାଏ ୨୦୨୩-୨୪ ବର୍ଷ ପାଇଁ ଟସର କୋଷା ଉପଲବ୍ଧ ହୋଇନାହିଁ। ଟସରକୋଷାର ଉପତ୍ାଦନ ହ୍ରାସ ପାଇଥିବାରୁ କଞ୍ଚାମାଲାର ଦର ଅହେତୁକ ବୃଦ୍ଧି ଘଟିଛି। ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ ଲଗାଇବା ସହ ଟସର ଚାଷୀ ଓ ବୁଣାକରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଞ୍ଚାମାଲର ଦର ଧାର୍ଯ୍ୟ କରିବାକୁ ବିଭାଗକୁ ନିବେଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ୨୦୧୮-୧୯ ଆର୍ଥତ୍କ ବର୍ଷରେ ବ୍ଲକସ୍ତରୀୟ କ୍ଲଷ୍ଟରଗୁଡ଼ିକ ଜରିଆରେ ବୁଣାକାର ପରିବାରକୁ ସୌରବତୀ (ସୋଲାର ଲାଇଟ୍‌) ପ୍ରଦାନ କରାଯାଇଥିଲା। ଉକ୍ତ ସୌରବତୀଗୁଡ଼ିକ ଉପରେ ୧ ବର୍ଷ ଗ୍ୟାରେଣ୍ଟି ଦିଆଯାଇଥିଲା। ଏମିତିରେ ୪ବର୍ଷ ମଧ୍ୟରେ ଅଧିକାଂଶ କ୍ଲଷ୍ଟରରେ ସୋଲାର ଲାଇଟ୍‌ଗୁଡ଼ିକ ଅଚଳ ହୋଇଗଲାଣି। ଏସବକୁ ରାଜ୍ୟ ବୟନ ଜ୍ୟୋତି ଯୋଜନାରୁ ବାଦ ଦିଆଯାଇଛି। ତେଣୁ ଉକ୍ତ ନିୟମରେ ପରିବର୍ତ୍ତନ ଅଣାଯାଇ କ୍ଲଷ୍ଟରଗୁଡ଼ିକୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯାଇ ସୁବିଧା ପ୍ରଦାନ କରିବା ଦିଗରେ ଗୁରୁତ୍ୱାରୋପ କରାଯିବାକୁ ଦାବି କରାଯାଇଛି।
ରାଜ୍ୟ ସରକାରଙ୍କ ବଳିଆ ଯୋଜନାରେ ବୁଣାକାରଙ୍କୁ ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାତ୍ର ଋଣ ପ୍ରଦାନ ସର୍ତ୍ତାବଳୀ ଓ ନିୟମାବଳୀଗୁଡ଼ିକ ସରଳୀକରଣ କରିବାକୁ ଦାବି ହୋଇଛି। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ବୁଣାକାରଙ୍କ ପାଇଁ ଉଦ୍ଦିଷ୍ଟ ବୟସସୀମାକୁ କୋହଳ କରାଯାଇ କଳାକାର ଭତ୍ତା ରାଶି ବୁଣାକାର ଭତ୍ତାରାଶିକୁ ସମତୁଲ କରିବା, ବୁଣାକାର କର୍ମଶାଳା ଯୋଜନାକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା, ଯେଉଁ ବୁଣାକାରଙ୍କ କର୍ମଶାଳା ପାଇଁ ଜମି ଉପଲବ୍ଧ ନ ଥିବ ସେମାନଙ୍କୁ ବାସଗୃହରେ କର୍ମଶାଳା ନିର୍ମାଣ ଅନୁମତି ପ୍ରଦାନ, ସମିତିଗୁଡ଼ିକ ପକ୍ଷରୁ କ୍ରୟ କରାଯାଉ ଥିବା ଲୁଗା ଓ ଟସରବସ୍ତ୍ରର ଦେୟକୁ ୧୫ଦିନ ମଧ୍ୟରେ ପୈଠ, ବୟନିକା ପକ୍ଷରୁ ଏକ ବୃହତ ସୂତା ଓ ବସ୍ତ୍ର ବ୍ୟାଙ୍କ ସ୍ଥାପନ ପାଇଁ ଦାବି କରାଯାଇଛି। ସେହିପରି ଗୋପାଳପୁର ଅଞ୍ଚଳରେ ଏକ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ ଭଳି ଅନେକ ଦାବିକୁ ବୁଣାକାରମାନେ ବିଭାଗର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ ଦାବିଗୁଡ଼ିକୁ ବିଭାଗ ପକ୍ଷରୁ ଅଣଦେଖା କରାଯାଉଥିବାରୁ ବୁଣାକାରଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ବିଭିନ୍ନ ଚାପରେ ଚେପା ହୋଇ ବୁଣାକାର କୌଳିକ ବୃତ୍ତି ପରିତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ବୁଣାକାର ନେତା ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରତିମା ଗୁଇଁ, ନିରୁପମା ଦାସ, ପ୍ରାଣକୃଷ୍ଣ ଦତ୍ତ, ସୁରେନ୍ଦ୍ର ଦାସ, ଅନ୍ତର୍ଯ୍ୟାମୀ ଦତ୍ତ, ଅଶୋକ କୁମାର ଗୁଇଁ ଓ ରମେଶ ଦାସ ପ୍ରମୁଖ ପ୍ରତିକ୍ରିୟାରେ କହିଛନ୍ତି।
ପ୍ରକାଶଥାଉ କି, ଗତ ମାସରେ ସେରିଫେଡ୍‌ ଓ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ ଓ କଟକ ବୟନ ମଣ୍ଡଳ ଉପନିର୍ଦ୍ଦେଶକ ଆଶୁତୋଷ ମହାନ୍ତି ଗୋପାଳପୁର ଗାଁକୁ ଆସି ବୁଣାକାରଙ୍କ ସ୍ଥିତି ପରଖିଥିଲେ। ଏହି ସମୟରେ ଟସରକୋଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏ ବୁଣାକାରଙ୍କ ପାଖରେ ଟସରକୋଷା ପହଞ୍ଚତ୍ ପାରିନାହିଁ। ଅନ୍ୟପକ୍ଷରେ ସୁକିନ୍ଦା ଅଞ୍ଚଳରୁ ଉପତ୍ାଦିତ ଟସର କୋଷାକୁ ସେରିଫେଡ ପକ୍ଷରୁ ସଂଗ୍ରହ କରାଯାଇଛି। ତାହାକୁ ଗୋପାଳପୁର ଅଞ୍ଚଳ ବୁଣାକାରଙ୍କୁ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା ବୁଣାକାରଙ୍କୁ କେବେ ଟସର କୋଷା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri