Categories: ଫୁରସତ

ବଦଳୁଛି ପାଣିପାଗ

ସମ୍ପ୍ରତି ବିଶ୍ୱର ପାଣିପାଗ ବଦଳିବାରେ ଲାଗିଛି। ଏପରିସ୍ଥଳେ ସବୁଜ ପୃଥିବୀକୁ ସୁରକ୍ଷା ପ୍ରଦାନ କରୁଥିବା କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ସମାଜର ନିରାପତ୍ତା ତଥା କଲ୍ୟାଣ ପାଇଁ ଅତ୍ୟାବଶ୍ୟକ ଅବଦାନ ପ୍ରଦର୍ଶନ କରୁଥିବା ପାଣିପାଗ ବିଭାଗ ଏବଂ ପୃଥିବୀର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୩ ମାର୍ଚ୍ଚକୁ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି।

୧୯୫୦ ମାର୍ଚ୍ଚ ୨୩ରେ ବିଶ୍ୱ ପାଣିପାଗ ବିଭାଗର ସୃଷ୍ଟି ସ୍ମୃତି ଉଦ୍ଦେଶ୍ୟରେ ୧୯୬୧ ମସିହାରେ ବିଶ୍ୱ ପାଣିପାଗ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏହି ସଂଗଠନ ପ୍ରତିବର୍ଷ ବିଶ୍ୱ ପାଣିପାଗ ଦିବସ ପାଇଁ ଏକ ସ୍ଲୋଗାନ ଘୋଷଣା କରିଥାଏ ଏବଂ ଏହି ଦିନ ସମସ୍ତ ସଦସ୍ୟ ଦେଶରେ ପାଳନ କରାଯାଇଥାଏ।

ମିଳିତ ଜାତିସଂଘର ଏକ ସଂଗଠନ ୱାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ ୨୩ ମାର୍ଚ୍ଚ ୧୯୫୦ରେ ଅନ୍ତର୍ଜାତୀୟ ପାଣିପାଗ ସଂଗଠନକୁ ବଦଳାଇବା ପାଇଁ ସୃଷ୍ଟି କରାଯାଇଥିଲା। ୧୯୫୧ ମସିହାରେ ଏହା ଜନସଂଖ୍ୟା, ପାଣିପାଗ ବିଜ୍ଞାନ, କାର୍ଯ୍ୟକ୍ଷମ ହାଇଡ୍ରୋଲୋଜି ଏବଂ ପୃଥିବୀ ବିଜ୍ଞାନ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ବୟ ରଖିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମ ବିଶ୍ୱ ପାଣିପାଗ ଦିବସ ୨୩ ମାର୍ଚ୍ଚ ୧୯୬୧ରେ ପାଳନ କରାଯାଇଥିଲା।

ବିଶ୍ୱ ପାଣିପାଗ ଦିବସ ପାଇଁ ମନୋନୀତ ଥିମ୍‌ଗୁଡିକ ପାଣିପାଗ, ଜଳବାୟୁ କିମ୍ବା ଜଳ ସମ୍ବନ୍ଧୀୟ ପ୍ରସଙ୍ଗଗୁଡିକ ପ୍ରତିଫଳିତ କରିଥାଏ।

ବିଶ୍ୱ ପାଣିପାଗ ଦିବସ-୨୦୨୩ ପାଳନ ପାଇଁ ଥିମ୍‌ ‘ଦ ଫ୍ୟୁଚର ଅଫ ଓ୍ବେଦର, କ୍ଲାଇମେଟ ଆଣ୍ଡ ଓ୍ବାଟର ଆକ୍ରସ ଜେନେରେଶନ’ରହିଛି।
ଆଗାମୀ ଦିନରେ ପାଣିପାଗ, ଜଳବାୟୁ ଏବଂ ଜଳର ଭବିଷ୍ୟତ ସମ୍ପର୍କରେ ଏହି ଅବସରରେ ସଚେତନତା ସୃଷ୍ଟି କରାଯିବା ଲାଗି ବିଶ୍ୱସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ।

Share